Latest Odisha News

BREAKING NEWS

ଆଜି ଦେଶରେ କୋଭିଡ ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଦେଢ଼ ଲକ୍ଷ ଟପିଛି। ଆଗକୁ ଆହୁରି ବଢିବା ଆଶଙ୍କା ରହିଛି। ଆଜି ଦେଶରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନ ସାଢେ଼ ୪ ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଦେଶରୁ ଆଜି ୧ ଲକ୍ଷ ୫୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଅପେକ୍ଷା ୧୨% ଅଧିକ ସଂକ୍ରମିତ । ଦେଶରେ ପଜିଟିଭିଟି ରେଟ ବି ବଢୁଛି। ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁର ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ବିଶେଷଜ୍ଞ ଆକଳନ କରୁଛନ୍ତି, ଜାନୁଆରୀ ଶେଷ ନହେଲେ ଫେବୃଆରୀ ମାସ ଆରମ୍ଭରେ କରୋନା ପିକ୍ ଛୁଇଁବ । ସେକେଣ୍ଡ ୱେଭ ଭଳି ରହିପାରେ ଆକ୍ରାନ୍ତଙ୍କ ସଂଖ୍ୟା। ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ଆଜିର ବୈଠକରେ ଆଲୋଚନା କରି ପାରନ୍ତି ପ୍ରଧାନମନ୍ତ୍ରୀ। ସେହିପରି କୋଭିଡ୍ ଟୀକାକରଣ ନେଇ ବି ଆଲୋଚନା ହୋଇପାରେ।

Leave A Reply

Your email address will not be published.