Latest Odisha News

BREAKING NEWS

ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ଆକାଶ ମାର୍ଗରୁ କରିବେ ବାତ୍ୟାଞ୍ଚଳ ପରିଦର୍ଶନ

ନୂଆଦିଲ୍ଲୀ / ଭୁବନେଶ୍ୱର: ଆଜି ଓଡିଶାଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାତ୍ୟା ଅମ୍ଫାନର ପରବର୍ତ୍ତୀ ପରିସ୍ଥିତିକୁ ଅନୁଧ୍ୟାନ କରିବା ନିମନ୍ତେ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ମୋଦୀ।

ଏନେଇ ଗୁରୁବାର ଦିନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ମୋଦୀ ଅଂଶଗ୍ରହଣ କରିବେ, ଯେଉଁଠାରେ ରିଲିଫ ଏବଂ ପୁନଃ ବ୍ୟବସ୍ଥାପିତ ଦିଗ ଉପରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଡିଜିପି ଅଭୟ ଏବଂ ଟ୍ୱିନ୍ ସିଟି ପୋଲିସ୍ କମିଶନର ସୁଧାଂଶୁ ସାରଙ୍ଗୀଙ୍କ ସମେତ ଓଡିଶା ପୋଲିସ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ସମୀକ୍ଷା କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବାତ୍ୟା ଅମ୍ଫାନ ମୁକାବିଲା କରିବାରେ କେନ୍ଦ୍ରରୁ ଓଡିଶା ଏବଂ ପଶ୍ଚିମବଙ୍ଗକୁ ସମସ୍ତ ସମ୍ଭାବ୍ୟ ସହାୟତା ନଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.