Latest Odisha News

BREAKING NEWS

ସ୍ମାର୍ଟ ଫୋନ ଦେବ କରୋନା ସଂକ୍ରମିତଙ୍କ ତଥ୍ୟ !

ଭୁବନେଶ୍ୱର: କରୋନା ପାଇଁ ଏବେ ସବୁଠି ଚିନ୍ତା । ଦେଶ ପରେ ଦେଶ, ରାଜ୍ୟ ପରେ ରାଜ୍ୟ ଏହାର କବଳକୁ ଆସି ଯାଉଛି । ଏହାର ସଂକ୍ରମଣରେ କିଛି ଟା ରୋକ ଲଗାଇବା ପାଇଁ ସାରା ଦେଶରେ ଲକଡାଉନ ।

ତେବେ ମଧ୍ୟ ବିଶ୍ୱର କିଛି ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଏବେ ଜନସାଧାରଣଙ୍କୁ ସତର୍କ ରହିବାର ଉପଦେଶ ଦେଇ ଲକଡାଉନ ନିୟମ କୋହଳ କରୁଛନ୍ତି। ଏପରି ନହେଲେ ଆଗାମୀ ଦିନରେ ଦେଶର ଅର୍ଥନୀତି ମାଟିରେ ମିଶିଯିବାର ଅନେକ ଆଶଙ୍କା ରହିଥିବା ଅର୍ଥନୀତିଜ୍ଞ ମାନେ ମତ ଦେଲେଣି।

ତେଣୁ ଜନସାଧାରଣଙ୍କୁ ବର୍ତ୍ତମାନ କରୋନା ସହ ଜୀବନ ବିତେଇବାର ଅଛି । ସାମାଜିକ ଦୂରତା ବଜାଇ ରଖିବା ସହ ମାସ୍କ ପିନ୍ଧି ଲୋକେ ଚଳପ୍ରଚଳ କରିବା ହିଁ ବୁଦ୍ଧିମାନର କାମ।

ଆମେରିକାର ଗବେଷକ କରୋନା ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ନିମନ୍ତେ ଆଧୁନିକ କୌଶଳର ଉପଯୋଗ କରିଛନ୍ତି। ଜଣେ ବ୍ୟକ୍ତିର କାଶ ଓ ଛିଙ୍କରୁ ହିଁ ସେ କରୋନା ଆକ୍ରାନ୍ତ କି ନାହିଁ ତାହା ଜାଣିହେବ ବୋଲି ମୁଖ୍ୟ ଗବେଷକ ମତ ଦେଇଛନ୍ତି ।

ସ୍ମାର୍ଟ ଫୋନ ଚାର୍ଜିଙ୍ଗ ପୋର୍ଟରେ ଏଇ ଯନ୍ତ୍ରକୁ ପ୍ଲଗ-ଇନ କରାଯିବ । ଏହା ଜରିଆରେ ଜଣେ ଲୋକ କରୋନା ସଂକ୍ରମିତ କି ନୁହେଁ ତାହା ଅଳ୍ପ ସମୟରେ ଜାଣି ହେବ। ଯଥାଶୀଘ୍ର ଏହି ଯନ୍ତ୍ର ବଜାରରେ ଉପଲବ୍ଧ ହେବା ନେଇ ଜଣାପଡିଛି ।

Leave A Reply

Your email address will not be published.