Latest Odisha News

BREAKING NEWS

ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳା, ନିଯୁକ୍ତିପତ୍ର ବାଣ୍ଟିବେ ମୋଦି

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ୧୫ତମ ରୋଜଗାର ମେଳା ଆୟୋଜିତ ହେବାକୁ ଯାଉଛି। କେବଳ ଭୁବନେଶ୍ୱର ନୁହେଁ ଦେଶର ୪୭ଟି ସ୍ଥାନରେ ଏହି ମେଳା ହେବାକୁ ଯାଉଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ ଓ ପିଲାଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ।

ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ। ସ୍ଥାନୀୟ ସିଏସଆଇଆର୍‌-ଆଇଏମଏମଟି ପ୍ରେକ୍ଷାଳୟରେ ପୂର୍ବାହ୍ଣ ୧୧ଟାରେ ହେବାକୁ ଥିବା ଏହି ମେଳାରେ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ନିଯୁକ୍ତିପ୍ରାପ୍ତ ଯୁବକଯୁବତୀଙ୍କୁ ସମ୍ବୋଧନ କରିବେ।

ତାଙ୍କ ସହ କେନ୍ଦ୍ର ସଡ଼କ ପରିବହନ, ରାଜପଥ ରାଷ୍ଟ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା ମଧ୍ୟ ଉପସ୍ଥିତ ରହିବେ ବୋଲି ସିଜିଏସଟି ଆଣ୍ଡ କଷ୍ଟମ୍‌ ଭୁବନେଶ୍ୱର ଜୋନ୍‌ର ଜଏଣ୍ଟ କମିଶନର ଏସ୍‌କେ ମିଶ୍ର ସୂଚନା ଦେଇଛନ୍ତି।

Comments are closed.