Latest Odisha News

BREAKING NEWS

ଧନତେରାସ ଦିନ 75 ହଜାର ନିଯୁକ୍ତି ପାଇବେ, କେନ୍ଦ୍ର ସରକାର ଦେବେ ଚାକିରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷରେ ଅର୍ଥାତ ଡିସେମ୍ବର 2023 ସୁଦ୍ଧା 10 ଲକ୍ଷ ଯୁବକଙ୍କୁ ଚାକିରି ଦେବାପାଇଁ ଯୋଜନା ରଖିଛନ୍ତି। ସେ ଏହି ମେଗା ନିଯୁକ୍ତି ଡ୍ରାଇଭକୁ ଆସନ୍ତା ଧନ୍ତରାସ୍ ଦିନ ଅର୍ଥାତ୍ 22 ଅକ୍ଟୋବର ଦିନ ଦିୱାଲୀ ଅବସରରେ ଆରମ୍ଭ କରିବେ । ଏହି ଦିନ 75000 ଲୋକଙ୍କୁ ନିଯୁକ୍ତି ପତ୍ର ଦିଆଯିବ ବୋଲି ମଧ୍ୟ ସୂଚନା ରହିଛି ।  ପ୍ରଧାନମନ୍ତ୍ରୀ ମଧ୍ୟ  ଯୁବକମାନଙ୍କ ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜୁନ୍ ମାସରେ 38 ଟି ମନ୍ତ୍ରଣାଳୟ / ବିଭାଗରେ ଖାଲି ପଡ଼ିଥିବା ପଦବୀ ଉପରେ ସମୀକ୍ଷା କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ପରେ ସେ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଆସନ୍ତା ଦେଢ଼ ବର୍ଷରେ 10 ଲକ୍ଷ ଚାକିରି ପ୍ରଦାନ କରିବେ ।  ଅର୍ଥାତ୍ 2023 ଡିସେମ୍ବର ସୁଦ୍ଧା ଏହି ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି , ରେଳ ନିଯୁକ୍ତି ବୋର୍ଡ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦିଆଯିବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ 38 ଟି ମନ୍ତ୍ରଣାଳୟ ଏବଂ ବିଭାଗ ମାଧ୍ୟମରେ 10 ଲକ୍ଷ ଚାକିରି ପୂରଣ ହେବ। ବର୍ତ୍ତମାନ ଗ୍ରୁପ୍ ଏ ବର୍ଗରେ 23584 ଟି ପଦବୀ, ଗ୍ରୁପ୍ ବି  ବର୍ଗରେ 26282 ଟି ପଦବୀ ଖାଲିଥିବା ବେଳେ ଗ୍ରୁପ୍ ସି ଅଣ ଗେଜେଟେଡ୍ ବର୍ଗରେ 8.36 ଲକ୍ଷ ପଦବୀ ଖାଲି ଅଛି।

କେବଳ ପ୍ରତିରକ୍ଷା ମନ୍ତ୍ରଣାଳୟରେ 39366 ଗ୍ରୁପ୍ ବି  ପଦ ଏବଂ 2.14 ଲକ୍ଷ ଗ୍ରୁପ୍ ସି ପଦବୀ ଖାଲି ଅଛି ।  ରେଳବାଇରେ 2.91 ଲକ୍ଷ ଗ୍ରୁପ୍ ସି ପଦବୀ ଖାଲି ଅଛି ଏବଂ ଗୃହ ମନ୍ତ୍ରଣାଳୟର ଗ୍ରୁପ୍ ସି ଅଣ-ଗେଜେଟେଡ୍ ବର୍ଗ ଅଧୀନରେ 1.21 ଲକ୍ଷ ପଦବୀ ଖାଲି ଅଛି।

Comments are closed.