Latest Odisha News

BREAKING NEWS

୨୩ ତାରିଖରେ ବିହାର ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି, ୧୨ ଦିନରେ ୧୨ ରାଲି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ଏବେ ଚଳଚଞ୍ଚଳ । ଜୋରଦାର ହେଲାଣି ପ୍ରଚାର । ବିଜେପି ପାଇଁ ବିହାରରେ ୧୨ଟି ରାଲି କରିବେ ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୩ ତାରିଖରୁ ପ୍ରଚାର ମୈଦନାକୁ ଓହ୍ଲାଇବେ ମୋଦି ।

ପ୍ରଥମ ପ୍ରଚାର ରାଲି ସାସାରାମରେ କରିବା କାର୍ଯ୍ୟକ୍ରମ ରହିଛି । ସେହିଦିନ ଆଉ ଦୁଇଟି ପ୍ରଚାର ରାଲି ଗୟା ଓ ଭାଗଲପୁରରେ କରିବେ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ତିନିଟି ରାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୋଦି ।

ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନରେ ବିଜେପି ଓ ସହଯୋଗୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନରେନ୍ଦ୍ର ମୋଦି । ମୋଟ୍ ୧୨ ଦିନରେ ୧୨ଟି ପ୍ରଚାର ସମାବେଶରେ ଯୋଗଦେବେ ମୋଦି । ଏହି ସୂଚନା ଦେିଛନ୍ତି ବିହାର ଦାୟିତ୍ୱରେ ଥିବା ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ।

Leave A Reply

Your email address will not be published.