Latest Odisha News

BREAKING NEWS

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭି ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ୍

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି ହୋଇଛି । ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ନୋଟିସ୍ ହୋଇଛି । ଭୁବନେଶ୍ୱର ସ୍ଥିତ EOW ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ କରୁଥିଲା କମିଶନରେଟ ପୋଲିସ । ନିକଟରେ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ପୂର୍ବରୁ ଏହି ମାମଲାରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ।
ଲକଡାଉନ୍ ବେଳେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇନଥିବା ନେଇ ତାଙ୍କ ମାଆ ଅଭିଯୋଗ ଆଣିଥିଲେ । ଏନେଇ ସେ ଇନଫୋଟିସି ଥାନାରେ ଅଭିଯୋଗ କରିଥିଲେ । ଗଣମାଧ୍ୟମ କର୍ମଚାରୀ, ଘରୋଇ ସୁରକ୍ଷା କର୍ମୀ, ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ସହଯୋଗୀଙ୍କ ନାଁରେ ଅଭିଯୋଗ ହୋଇଥଲା ।

Leave A Reply

Your email address will not be published.