Latest Odisha News

ଝାରଖଣ୍ଡରେ ରଣହୁଙ୍କାର ଭରିବେ ମୋଦି, କରିବେ ରୋଡ ଶୋ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଆଜି ଏହାକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମଇଦାନକୁ ଓହ୍ଲାଇବେ । ଆଜି ପ୍ରଧାନମନ୍ତ୍ରୀ ମୋଦି ରାଞ୍ଚି ଠାରେ ମେଗା ରୋଡ ଶୋ’ କରିବେ । ଏନେଇ ଝାରଖଣ୍ଡ ବିଜେପି ପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇ କହିଛନ୍ତି, ମୋଦି ଆଜି ଝାରଖଣ୍ଡରେ ୩ କିମି ଐତିହାସିକ ରୋଡ ଶୋ’ କରି ଝାରଖଣ୍ଡବାସୀଙ୍କୁ ସମ୍ବୋଧିତ କରିବେ । ଏଥିସହିତ ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ଏଥିରେ ଯୋଗ ଦେବେ ।

ତେବେ ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଝାରଖଣ୍ଡ ପାଇଁ ସଂକଳ୍ପ ପତ୍ର ଜାରି କରିବାର ଠିକ୍ ଦିନ ପରେ ଅର୍ଥାତ୍ ଗତ ୫ ତାରିଖରେ ମୋଦି ଚାଇବାସ ଏବଂ ଗରଓ୍ବାରେ ରାଲି କରିଥିଲେ । ଯେଉଁଥିରେ ମୋଦି ଝାରଖଣ୍ଡବାସୀଙ୍କୁ ସମ୍ବାଧୀତ କରି କହିଥିଲେ, ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଛି । ଆଜି ପୂରା ଝାରଖଣ୍ଡ ବାସୀ ଗୋଟିଏ ସ୍ବରରରେ କହୁଛନ୍ତି, ରୋଟି, ବେଟି ଅର୍ ମାଟି କି ପୁକାର, ଝାରଖଣ୍ଡ ମେ ବିଜେପି ସରକାର( ଝାରଖଣ୍ଡର ରୁଟି, ମାଟି ଏବଂ ଝିଅ ସମସ୍ତେ କହୁଛନ୍ତି ରାଜ୍ୟରେ ବିଜେପି ସରକାର) । ଏଥିସହିତ ମୋଦି କହିଥିଲେ, ଯେତେବେଳେ ପ୍ରଥମ ବିଜେପି ସରକାର ଗଠନ ହୋଇଥିଲା, ସେତେବେଳେ ଅଟଳ ବିହାରୀ ବାଜପେୟୀ ସାରା ଦେଶକୁ ଝାରଖଣ୍ଡ ଭେଟିଦେଇଥିଲେ । ଝାରଖଣ୍ଡ ରାଜ୍ୟ ସୃଷ୍ଟି ହୋଇଥିଲା ।

ସେପଟେ ଅମିତ୍ ଶାହା ଝାରଖଣ୍ଡ ପାଇଁ ପ୍ରତିଶ୍ରୁତିର ପେଡି ଖୋଲିଥିବା ବେଳେ ଏହା ସୋରେନ୍ ସରକାର ଗାଦି ଦୋହଲାଇ ଦେବାର ଚର୍ଚ୍ଚା ରହିଛି । ଝାରଖଣ୍ଡରେ ବିଜେପି ସଂକଳ୍ପ ପତ୍ରରେ ଦଳ ଆଗାମୀ ୨୫ ବର୍ଷ ପାଇଁ ୨୫ଟି ପ୍ରତିଶ୍ରୁତି ହାଇଲାଇଟ କରିଛି । ସେଗୁଡିକ ମଧ୍ୟରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି ।  ଯଦି ବିଜେପି ସରକାରକୁ ଆସେ ତାହାଲେ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ପ୍ରତି ମାସ ମିଳିବ ୨୧୦୦ ଟଙ୍କା । ଏଥିସହିତ ବର୍ଷକୁ ଦୁଇ ଥର ମାଗଣା ଏଲ୍‌ପିଜି ସିଲିଣ୍ଡର ଦିଆଯିବ । ଦୀପାବଳି ଓ ରାକ୍ଷୀପୂର୍ଣ୍ଣିମାରେ ମାଗଣା ଏଲ୍‌ପିଜି ସିଲିଣ୍ଡର ନେଇ ଘୋଷଣା କରିଛି ବିଜେପି । ଆଉ ବାକି ଅନ୍ୟ ସମୟରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ । ଏଥିସହିତ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ସଂକଳ୍ପପତ୍ରରେ ଘୋଷଣା କରିଛି ବିଜେପି ।

Comments are closed.