Latest Odisha News

BREAKING NEWS

ଆଜି ୧୧ଟାରେ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ଆଜି ସକାଳ ୧୧ ଟାରେ ସମ୍ବୋଧନ କରିବେ। ଏହା ମନ୍ କୀ ବାତ୍‌ ୨.୦ ର ୨୧ ତମ ସଂସ୍କରଣ ହେବ।

ଜାନୁଆରୀରେ ଶେଷ ମନ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଥିଲେ ଯେ ଚଳିତ ବର୍ଷ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ୱାଧୀନତା ସଂଗ୍ରାମୀ ତଥା ସଂଗ୍ରାମର କାହାଣୀ ଲେଖନ୍ତୁ।

କୃଷକଙ୍କ ବିରୋଧ, ଅନ୍ୟାନ୍ୟ ପ୍ରସଙ୍ଗରେ ଭାରତର ଟିକାକରଣ ଡ୍ରାଇଭ୍ ଉପରେ ବିଷୟରେ ମଧ୍ୟ ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲାଲ୍‌ କିଲ୍ଲା ଗଣତନ୍ତ୍ର ଦିବସ ହିଂସାରେ ଜାତୀୟ ପତାକାକୁ ଅପମାନିତ କରିବା ଘଟଣା ଦେଶକୁ ଦୁଃଖିତ କରିଛି।

‘ମନ୍ କୀ ବାତ୍‌’ ହେଉଛି ଦେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ, ଯାହା ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୋଇଥାଏ।

Leave A Reply

Your email address will not be published.