Latest Odisha News

BREAKING NEWS

ଶିମିଳିପାଳ ଜଙ୍ଗଲରେ ନିଆଁ, ଦୁଇ ଦିନ ହେଲା ଜଳୁଛି

ବାରିପଦା: ଜଳୁଛି ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଗତ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି । ଆନନ୍ଦପୁର, ଖଣ୍ଡାଚିରା, ବାଲିନାଲ ପାହାଡ଼ରେ ଲାଗିଛି ନିଆଁ ଫଳରେ ପୋଡ଼ି ନଷ୍ଟ ହେଉଛି ବହୁ ଔଷଧୀୟ ଗଛ। ବହୁ ପଶୁପକ୍ଷୀ ବି ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି ।

ରାତିରେ ବିସ୍ତୃତ ଅଞ୍ଚଳରେ ନିଆଁ ଲାଗିଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି । ଜଙ୍ଗଲ ଜଳୁଥିବାରୁ ବନ୍ୟଜନ୍ତୁ ଗାଁ ମୁହାଁ ହେବା ଆଶଙ୍କା କରାଯାଉଛି । ଫଳରେ ଆଖପାଖରେ ଥିବା ଅଞ୍ଚଳବାସୀ ଏବେ ଆତଙ୍କିତ । ବନ ବିଭିଗ ଟିମ୍ ତୁରନ୍ତ ନିଆଁ ଲିଭାଇବାକୁ ଦାବି ହୋଇଛି ।

Leave A Reply

Your email address will not be published.