ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଆଜି ଭେଟିବେ
ନୂଆଦିଲ୍ଲୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଖେଳାଳି ଆଜି ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।
Looking forward to interacting with India's CWG 2022 contingent at my residence tomorrow, 13th August at 11 AM. The entire nation is proud of the accomplishments of our athletes at the games.
— Narendra Modi (@narendramodi) August 12, 2022
ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୨ ସ୍ୱର୍ଣ୍ଣ ପାଇଥିବା ଖେଳାଳୀ, ୧୬ ରୌପ୍ୟ ପାଇଥିବା କ୍ରୀଡାବିତ୍, ଏବଂ ୨୩ ବ୍ରୋଞ୍ଜ ପାଇଥିବା କ୍ରୀଡାବିତମାନେ ଯୋଗଦେବେ । ସମସ୍ତଙ୍କୁ ସମ୍ବର୍ଧନା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 11 ଟା ସମୟରେ ତାଙ୍କ ସରକାରୀ ବାସଭବନରେ କମନୱେଲଥ 2022 ରେ ଭାଗନେଇଥିବା ସମସ୍ତ ପଦକ ବିଜେତାଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଇବେ । ବର୍ମିଂହାମରେ ଚମତ୍କାର ପ୍ରଦର୍ଶନ ପରେ କମନୱେଲଥ ଗେମ୍ସର ବିଜେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ତାଙ୍କ ବାସଭବନରେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇବେ ବୋଲି ଟୁଇଟ କରିଛନ୍ତି ।
PM Modi to host CWG 2022 medal winners at his official residence today
Read @ANI Story | https://t.co/48YfVcGsqH#PMModi #CommonwealthGames2022 #CommonwealthGames pic.twitter.com/xaf1YfNbGD
— ANI Digital (@ani_digital) August 13, 2022
Comments are closed.