Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଆଜି ଭେଟିବେ

ନୂଆଦିଲ୍ଲୀ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଖେଳାଳି ଆଜି ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।

ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ  ୨୨ ସ୍ୱର୍ଣ୍ଣ ପାଇଥିବା ଖେଳାଳୀ, ୧୬ ରୌପ୍ୟ ପାଇଥିବା କ୍ରୀଡାବିତ୍, ଏବଂ  ୨୩ ବ୍ରୋଞ୍ଜ  ପାଇଥିବା କ୍ରୀଡାବିତମାନେ ଯୋଗଦେବେ । ସମସ୍ତଙ୍କୁ ସମ୍ବର୍ଧନା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 11 ଟା ସମୟରେ ତାଙ୍କ ସରକାରୀ ବାସଭବନରେ କମନୱେଲଥ 2022 ରେ ଭାଗନେଇଥିବା ସମସ୍ତ ପଦକ ବିଜେତାଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଇବେ ।  ବର୍ମିଂହାମରେ ଚମତ୍କାର ପ୍ରଦର୍ଶନ ପରେ କମନୱେଲଥ ଗେମ୍ସର ବିଜେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ତାଙ୍କ ବାସଭବନରେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇବେ ବୋଲି ଟୁଇଟ କରିଛନ୍ତି ।

Leave A Reply

Your email address will not be published.