Latest Odisha News

BREAKING NEWS

ତିନିଟି କୋଭିଡ୍ ଟେଷ୍ଟିଂ ସେଣ୍ଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶର ତିନିଟି ସହର ନୋଏଡା, ମୁମ୍ବାଇ ଓ କୋଲକାତାରେ କୋଭିଡ୍ ଟେଷ୍ଟିଂ ସେଣ୍ଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଡିକାଲ୍ ସାଇନ୍ସ ଭାଷାରେ ଏହି ଟେଷ୍ଟିଂ କେନ୍ଦ୍ରକୁ ହାଇ-ଥ୍ରୋପୁଟ କୋଭିଡ-୧୯ ପରୀକ୍ଷା କୁହାଯାଉଛି । ଅପରାହ୍‌ଣ ୪ଟା ୩୦ରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ଦେଶରେ କୋଭିଡ୍ ଟେଷ୍ଚିଂ କ୍ଷମତା ବୃଦ୍ଧି କରିବା ପାଇଁ ଆରମ୍ଭ ହେଉଛି ହାଇ-ଥ୍ରୋପୁଟ ବ୍ୟବସ୍ଥା । ଏଥିରେ ଦୈନିକ ୧୦ ହଜାର ନମୁନା ପରୀକ୍ଷା କରାଯାଇ ପାରିବ । ଏହାଦ୍ୱାରା କୋଭିଡ ଟେଷ୍ଟିଂ ଅଧିକ ତ୍ୱରାନ୍ୱିତ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ଭିଡିଓ କନଫରେନ୍ସିଂରେ ଏହି ପରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସମେତ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.