Latest Odisha News

BREAKING NEWS

ଦେଶରେ ୧୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୧୪ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୯ ହଜାର ୯୩୧ ନୂଆ ପଜିଟିଭ୍ । ଏହାକୁ ମିଶାଇ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି ।

୨୪ ଘଣ୍ଟାରେ ୭୦୮ ମୃତ୍ୟୁ
ଗତ ୨୪ ଘଣ୍ଟାରେ ଆଉ ୭୦୮ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ମୃତ୍ୟବରଣ କଲେଣି ମୋଟ୍ ୩୨ ହଜାର ୭୭୧ ଜଣ । ଆମେରିକା ଓ ବ୍ରାଜିଲଠାରୁ ଭାରତରେ ଗୋଟିଏ ଦିନରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ କରୋନା ଆମେରିକାରେ ୪୪୫ ମୁଣ୍ଡ ନେଇଥିବା ବେଳେ ବ୍ରାଜିଲରେ ପ୍ରାଣ ହରାଇଛନ୍ତି ୫୫୬ ଆକ୍ରାନ୍ତ ।
ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସ ରହିଛି ୪ ଲକ୍ଷ ୮୫ ହଜାର ୧୧୪ । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୭ ହଜାର ୫୬୮ । ଅର୍ଥାତ ଦେଶରେ ଆରୋଗ୍ୟ ଲାଭ କରିଛନ୍ତି ପାଖାପାଖି ୬୪ ପ୍ରତିଶତ ଆକ୍ରାନ୍ତ ।

ଗତକାଲି ଦେଶରେ ମୋଟ୍ ୫ ଲକ୍ଷ ୧୫ ହଜାର ୪୭୨ ଆକ୍ରାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା । ସେହିପରି ବର୍ତ୍ତମାନ ସୁଦ୍ଧା ୧ କୋଟି ୬୮ ଲକ୍ଷ ୬ ହଜାରରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.