Latest Odisha News

BREAKING NEWS

ହାଇଦ୍ରାବାଦ୍‌ରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ: ମୋଦି ଯୋଗଦେବେ

ହାଇଦ୍ରାବାଦ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦେଶରୁ ସବୁ ବରିଷ୍ଠ ବିଜେପି ନେତା ଏବେ ହାଇଦ୍ରାବାଦରେ ପହଁଚି ସାରିଛନ୍ତି ।  ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ନେତା ଏହି ବୈଠକରେ ଯୋଗଦେବେ । ଏତଦ୍ ବ୍ୟତୀତ ତେଲେଙ୍ଗାନାର ଅନ୍ୟ ବରିଷ୍ଠ ବିଜେପି ନେତା ମଧ୍ୟ ବୈଠକରେ ଅଂଶଗ୍ରହଣ କରିବେ ।

ପୂର୍ବରୁ ୨୦୧୫ରେ କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁ ଓ ୨୦୧୬ରେ କେରଳର କୋଝିକୋଡରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.