Latest Odisha News

BREAKING NEWS

ଆଜିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ  ବିଧାନସଭାର ମୌସୁମୀ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରଶ୍ନକାଳ, ୧ ଘଣ୍ଟାର ଶୂନ୍ୟକାଳ ଓ ପରେ ମୂଲତବୀ ଆଲୋଚନା ଦେଢ଼ଘଣ୍ଟା ରହିବ। ଏହି ସମୟରେ ଖର୍ଚ୍ଚ ଦାବି ଆଲୋଚନା ସହିତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟ ରହିଛି। ତେବେ ଏହି ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେଥିନେଇ ୨୯ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ କରିଥିଲେ ।

ତେବେ ବିରୋଧୀ ଦଳ ସରକାରଙ୍କୁ କିପରି ଘେରିବେ ତାହା ଦେଖିବାକୁ ଅପେକ୍ଷା । କାରଣ ବିଜେପି ବିଧାୟକ ଦଳ ନେତା ଅସୁସ୍ଥ ଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ଇସ୍ତଫା ଦେଇସାରିଛନ୍ତି ।

Leave A Reply

Your email address will not be published.