ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଆଣିଲା ନୂଆବର୍ଷ । ନୂଆବର୍ଷରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆଜି କୃଷକ ସମ୍ମାନ ନିଧିର ଦଶମ କିସ୍ତି ମାଧ୍ୟମରେ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ମୋଦି ସରକାର ଟଙ୍କା ଟ୍ରାନ୍ସଫର କରିଛନ୍ତି । ଗତକାଲି ମୋଦି ଟ୍ୱିଟ୍ କରି ଏହା ସୂଚନା ଦେଇଥିଲେ ।
ମୋଦିଙ୍କ ଆଜି ଏହି ଟଙ୍କା ଟ୍ରନ୍ସଫର ପରେ ପାଖାପାଖି ୧୧.୩୭ କୋଟି ଚାଷୀ ଲାଭ ଉଠାଇବେ । ଏହି ୧୦ମ କିସ୍ତି ଯୋଗୁଁ ଉତ୍ତରପ୍ରଦେଶର ବି ଲକ୍ଷ୍ୟାଧିକ ଚାଷୀ ଲାଭରେ ରହିବେ । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଆଜି ବିହାରର ୮୩ ଲକ୍ଷ ୫୩ ହଜାର ୨୭୦ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୬୭୦ କୋଟି ୬୫ ଲକ୍ଷ ୪୦ ହଜାର ଟଙ୍କା ଆସିଛି ।
ସରକାର ବର୍ତ୍ତମାନ ଯାଏଁ ଏହି ଲାଭକାରୀ ଯୋଜନାରେ ୧.୫୮ ଲକ୍ଷ କୋଟି ଟଙ୍କା କୃଷକଙ୍କ ଖାତାକୁ ପଠାଇ ସାରିଲେଣି । ଏହି ଯୋଜନାରେ ଦେଶର କୃଷକଙ୍କୁ ସରକାରଙ୍କ ପକ୍ଷରୁ ୬ହଜାର ଟଙ୍କା ଦିଆଯାଉଛି ।
Comments are closed.