Latest Odisha News

BREAKING NEWS

ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨ ରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ।

ବିଜୟାରାଜେ ସିନ୍ଧିଆ ଗ୍ୱାଲିଅର ରାଜମାତା ଭାବରେ ଜଣାଶୁଣା ।ବିଜୟାରାଜ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହି ମୁଦ୍ରା ଉନ୍ମୋଚନ ହେଉଛି ।

ଏହି ଉତ୍ସବର ଏକ ଅଂଶ ଭାବରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା କରାଯାଇଥିଲା।  ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶ୍ରୀମତୀ ସିନ୍ଧିଆଙ୍କ ଜନ୍ମ  ବାର୍ଷିକୀରେ ଏହି ମୁଦ୍ରା ପ୍ରକାଶ ପାଇବ ।

ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରୀମତୀ ସିନ୍ଧିଆଙ୍କ ପରିବାର ସଦସ୍ୟଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ସମାରୋହରେ ଯୋଗଦେବେ ।

Leave A Reply

Your email address will not be published.