Latest Odisha News

BREAKING NEWS

 ‘ଓଡିଶା ଇତିହାସ’ର ହିନ୍ଦୀ ଅନୁବାଦ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ୧୨ଟାରେ ଦିଲ୍ଲୀ ଜନପଥ ସ୍ଥିତ ଆମ୍ବେଦକର ଆନ୍ତର୍ଜାତୀୟ ସେଣ୍ଟରରେ ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତବଙ୍କ ଦ୍ୱାରା ଲିଖିତ ‘ଓଡିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦ ଉନ୍ମୋଚନ କରିବେ।

ପୁସ୍ତକଟି ଏଯାବତ୍ ଓଡିଆ ଏବଂ ଇଂରାଜୀରେ ଉପଲବ୍ଧ ହେଉଥିବା ବେଳେ ଏହାକୁ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ସାଂସଦ ଭର୍ତ୍ତୁହରୀ ମହତାବ (ଏଲଏସ) ମଧ୍ୟ ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏହି ହିନ୍ଦୀ ସଂସ୍କରଣର ଉନ୍ମୋଚନ କାର୍ଯ୍ୟକ୍ରମକୁ ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କରାଯାଇଛି।

 

Leave A Reply

Your email address will not be published.