Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷ ଗସ୍ତ ବାତିଲ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତକୁ ବାତିଲ କରାଯାଇଛି । ମେ’ ୯ ତାରିଖ ମସ୍କୋରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବେ ନାହିଁ ମୋଦି । ଏନେଇ କ୍ରେମଲିନ୍ ମୁଖପାତ୍ର ପେସକୋଭଙ୍କ ପକ୍ଷରୁ ସୂଚନା ଜାର କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମସ୍କୋରେ ଭିକ୍ଟ୍ରି ଡେ’ ପରେଡକୁ ନିମନ୍ତ୍ରଣ କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ବିପକ୍ଷରେ ବିଜୟର ୮୦ ତମ ବାର୍ଷିକୀ ପାଳନ ପାଇଁ ଏହି ସମାରୋହ ପାଳନ କରାଯାଉଛି । ସେହି ସମୟରେ, ରୁଷର ଉପ-ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରେ ରୁଡେଙ୍କୋ କହିଛନ୍ତିଥି ଯେ, ଏହି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଛି । ତଥାପି, ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ତାଙ୍କ ସ୍ଥାନରେ ଆଉ ଏକ ପ୍ରତିନିଧି ଦଳ ରୁଷ ଯିବ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ନ ଥିଲେ ମଧ୍ୟ, ଏକ ପ୍ରତିନିଧିମଣ୍ଡଳୀ ମାଧ୍ୟମରେ ଭାରତକୁ ପ୍ରତିନିଧିତ୍ୱ କରାଯିବ । ତଥାପି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନରେ କିଏ କାର୍ଯ୍ୟକ୍ରମରେ ଯୋଗଦେବେ ତାହା ସେ ସ୍ପଷ୍ଟ କରିନାହାଁନ୍ତି ।

Comments are closed.