Latest Odisha News

BREAKING NEWS

ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟେଲିଫୋନ୍ ଯୋଗେ ଦୁଇ ନେତା ଆଲୋଚନା କରିବେ ବୋଲି ସୂଚନା ମିଳିଛି । ରୁଷ୍ ସହ ୟୁକ୍ରେନର ଯୁଦ୍ଧ ଭିତରେ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କଥା ହେବେ ତାଉପରେ ସମସ୍ତଙ୍କର ନଜର ରହିଛି ।

ଗତ ଫେବ୍ରୁଆରୀ ୨୬ ତାରିଖରେ ରୁଷ୍ ୟୁକ୍ରେନ୍ ଉପରେ ହମଲା କରିବା ପରେ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ଏବେ ଯୁଦ୍ଧଗ୍ରସ୍ତ ୟୁକ୍ରେନର ବିଭିନ୍ନ ସହରରେ ଶତାଧିକ ଭାରତୀୟ ଅଟକି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଦୁଇ ନେତା ଆଜି ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।

ସୁମିରେ ମେଡିକାଲ୍ କଲେଡ ହଷ୍ଟେଲରେ ବହୁ ଭାରତୀୟ ଛାତ୍ରଛାତ୍ରୀ ଅଟକି ରହିଥିବା ଜଣାପଡ଼ିଥିଲା । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଚାଲିଛି । ଏବେ ସୁମିରେ ରୁଷ ଓ ୟୁକ୍ରେନ୍ ସେନା ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି । ଏଭଳି ସ୍ଥିତିରେ ଭାରତୀୟ ଛାତ୍ରଛାତ୍ରୀଙ୍କର ସୁରକ୍ଷିତ ଉଦ୍ଧାର ନେଇ ଆଜି ମୋଦି-ଜେଲେନସ୍କି କଥା ହୋଇପାରନ୍ତି ।

Comments are closed, but trackbacks and pingbacks are open.