Latest Odisha News

BREAKING NEWS

ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ନିସ୍ତୁକ ମାଡ

ସମ୍ବଲପୁର: ପୁଣି ଭିସୁଟରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ଆସିଛି ।  ଭିଡିଓ ଥିବାରୁ ମୋବାଇଲ ଭାଂଗିଲେ ସିନିୟର ଛାତ୍ର ।ଏହାସହିତ ହଷ୍ଟେଲ ବାହାରକୁ ଡାକି ମାଡ ମାରିଥିବାର ଅଭିଯୋଗ ହୋଇଛି । ଭିସିଙ୍କ ନିକଟରେ ଅଭିଯୋଗ କରିବେ ଛାତ୍ରଛାତ୍ରୀ ।

ବିଶ୍ୱବିଦ୍ୟାଳୟର କ୍ରତୁଃ ଛାତ୍ରାବାସରେ ଦ୍ୱିତୀୟ ବର୍ଷର ଛାତ୍ରମାନେ ରହୁଥିବା ବେଳେ ଅତ୍ରିରେ ତୃତୀୟ ବର୍ଷର ଛାତ୍ର ରହୁଛନ୍ତି । ଶନିବାର ରାତିରେ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ଫୋନ୍‌ କରିଥିଲେ । ତୁରନ୍ତ ଉକ୍ତ ଛାତ୍ରମାନଙ୍କୁ ଅତ୍ରି ହଷ୍ଟେଲ୍‌କୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଅଣ୍ଠେଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । କନିଷ୍ଠ ଛାତ୍ରମାନେ ଏହାକୁ ବିରୋଧ କରିବାରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

Comments are closed, but trackbacks and pingbacks are open.