ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱନାଥ ଚରାଲୀ ଏବଂ ଚାରାଇଡଓରେ ଦୁଇଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଫେବୃଆରୀ ୭ ରେ ଆସାମର ଢକେଆଜୁଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ଏହା ସହିତ ପିଏମ୍ ମୋଦୀ ଆସାମ ସରକାରଙ୍କ ସଡକ ପ୍ରକଳ୍ପ ‘ଆସାମ ମାଲା’ର ଉଦଘାଟନ କରିବେ।
ଏ ନେଇ ଆସାମ ମନ୍ତ୍ରୀ ହିମାନ୍ତ ବିଶ୍ବ ଶର୍ମା ସୂଚନା ଦେଇଛନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର-ପୂର୍ବ ରାଜ୍ୟର ଅଧିକାର ତଥା ଅନନ୍ୟ ସଂସ୍କୃତିର ସଂରକ୍ଷଣ ପାଇଁ ସେ ସବୁ ପ୍ରକାର ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ।
Comments are closed.