Latest Odisha News

BREAKING NEWS

ଆଜି ଗୁଜରାଟ ଓ ଡିଉରେ ବାତ୍ୟା କ୍ଷୟକ୍ଷତିର ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାତ୍ୟା ତାଉ’ତେ ପ୍ରଭାବରେ ଗୁଜରାଟ ଓ ଡିଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଭାବିତ ଅଞ୍ଚଳର ଆଜି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ ଓ ଡିଉ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରୁ ସକାଳ ସାଢ଼େ ୯ଟାରେ ବାହାରି ଭାବନଗରରେ ପହଞ୍ଚିବେ । ଉନା, ଡିଉ, ଜାଫରାବାଦ ଓ ମହୁଭାରେ ଆକାଶ ମାର୍ଗରୁ ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ ।

ଏହାସହ ଗୁଜରାଟର ଅଧିକ କ୍ଷତିଗ୍ରସ୍ତ ଭାବନଗର, ଗିର-ସୋମନାଥଓ ଆମରେଲି ଜିଲ୍ଲାରେ ବି ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଅହମ୍ମଦାବାଦରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କାର୍ଯ୍ୟକ୍ରମ ରହିଛି ।

ଗୁଜରାଟରେ ବାତ୍ୟା ତାଉ’ତେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଲ୍ୟାଣ୍ଡଫଲ୍ ପରେ ତିନି ଘଣ୍ଟା ତାଣ୍ଡବ ରଚିଥିଲା । ଉପୁଡ଼ି ପଡ଼ିଛି ବହୁ ବଡ଼ ବଡ଼ ଗଛ । ଉଡ଼ିଯାଇଛି ଘରଦ୍ୱାର । ବିଦ୍ୟୁତ ଖୁଣ୍ଡ, ମୋବାଇଲ୍ ଟାଓ୍ୱାରକୁ ଭାଙ୍ଗି ଫୋପାଡ଼ି ଦେଇଛି । ବ୍ୟାପକ ଧନଜୀବନ ହାନୀ ହୋଇଛି । ୭ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.