କାଠମାଣ୍ଡୁ: ନେପାଳର ପୋଖରାରେ ବଡ଼ ଧରଣର ଭୂମିକମ୍ପା ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୩ ରହିଛି । ସ୍ଥାନୀୟ ସମୟ ପ୍ରାୟ ୫ଟା ୪୨ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲଭୁଲେ ବୋଲି ଜଣାପଡ଼ିଛି । ଏଯାବତ୍ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।
Magnitude 5.3 intensity earthquake strikes 35 km East of Pokhara in Nepal: USGS
— ANI (@ANI) May 19, 2021
ନେପାଳରେ ଆସିଥିବା ଭୂମିକମ୍ପ ଲାଗି ରହିଥିବା ବିହାରରେ ବି ଅନୁଭୂତ ହୋଇଛି । ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହା ପୂର୍ବରୁ ଏପ୍ରିଲ୍ ୨୮ରେ କାଠମାଣ୍ଡୁ ଘାଟିରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୨ ଥିଲା ।