Latest Odisha News

୧୭ରେ ଓଡିଶା ଆସିବେ ମୋଦି, ମହିଳାଙ୍କୁ ଦେବେ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ସେପ୍ଟେମ୍ବର ୧୭ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ମହିଳାଙ୍କୁ ସୁଭଦ୍ରା ସହାୟତାର ପ୍ରଥମ କିସ୍ତି ଦେବାପାଇଁ ମୋଦି ଓଡିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେବେ ଆଜି ପୁରୀ ଗସ୍ତ କରିଛନ୍ତି ଆୟୋଜିତ ବିଜେପି ବୈଠକରେ ଯୋଜ ଦେବା ପରେ କିଛି ଏମିତି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ସୁଭଦ୍ରା ଏସଓପି ଆସିବା ପରେ ଏହା ପ୍ରଥମ ଥର ପାଇଁ ଓଡିଶା ମହିଳାଙ୍କୁ ଦିଆଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ହାତରେ ଏହା ମା’ମାନଙ୍କୁ ଦେବେ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ତେବେ ଶନିବାର ସୁଭଦ୍ରା ଯୋଜନାର ଏସଓପି ବିଧାନସଭାରେ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା । ପ୍ରତିବର୍ଷ ରାଖିପୂର୍ଣ୍ଣିମା ଓ ମହିଳା ଦିବସରେ ମହିଳାଙ୍କୁ ୫ ହଜାର ଲେଖାଏଁ  ମିଳିବ । ଏମିତି ବର୍ଷକୁ ୧୦ ହଜାର କରି ୫ ବର୍ଷରେ ସୁଭଦ୍ରା ଯୋଜନାରେ ମହିଳା ପାଇବେ ୫୦ ହଜାର ଟଙ୍କା । ତେବେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ରେ ଆବେଦନ କରିହେବ । ଏହି ସବୁ ସ୍ଥାନରେ ଆବେଦନ ପାଇଁ ମାଗଣାରେ ଫର୍ମ ମିଳିବ । ଏଥିସହିତ ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ । ତେବେ ଯେଉଁ ମହିଳାମାନେ ଆର୍ଥିକ ସ୍ବଚ୍ଛଳ ବର୍ଗର, ସରକାରୀ ଚାକିରି କରୁଥିବେ, ଆୟକର ଭରୁଥିବେ, କିମ୍ବା ଅନ୍ୟ ସରକାରୀ ଯୋଜନାରେ ଉପକୃତ ହୋଇଥିବେ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ । ଏଥିସହିତ ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ଟଙ୍କା ରୋଜଗାର କରୁଥିଲେ ମଧ୍ୟ ଏହି ଯୋଜନାରେ ଟଙ୍କା ମିଳିବନାହିଁ । ଏଥିସହିତ ସୁଭଦ୍ରା ଡେବିଟ୍ କାର୍ଡ ଯିଏ ଅଧିକ ବ୍ୟବହାର କରିଥିବା ତାଙ୍କୁ ଅଧିକ ୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

Comments are closed.