ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ପ୍ରଥମ ସପ୍ତାହରେ ୨ଥର ଓଡ଼ିଶା ଗସ୍ତ କରିବୋ ବୋଲି ସୂଚନା ମିଳିଛି ।
ମୋଦୀଙ୍କ ଏହି ନିର୍ବାଚନୀ ଗସ୍ତ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜୁୁଏଲ ଓରାମ ଗଣମାଧ୍ୟମକୁ କହିଛନ୍ତି, ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ଠାରେ ଏକ ବିଶାଳ ସମାବେଶରେ ଯୋଗଦାନ କରିବେ ।
ତେବେ ଏହି ୧୦ ଦିନ ମଧ୍ୟରେ ମୋଦୀଙ୍କର ଓଡ଼ିଶାରେ ଏହା ହେବ ୩ୟ ର୍ୟାଲି ।
ସୁନ୍ଦରଗଡ଼ ର୍ୟାଲି ପୂର୍ବରୁ ଏପ୍ରିଲ ୨ ତାରିଖରେ ନରେନ୍ଦ୍ର ମୋଦୀ କଳାହାଣ୍ଡିଠାରେ ଏକ ନିର୍ବାଚନୀ ସଭାରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୯ ତାରିଖରେ କୋରାପୁଟର ଜୟପୁରଠାରେ ବିଜେପିର ନିର୍ବାଚନୀ ସଭାରେ ଯୋଗଦାନ କରିଥିଲେ ।
Comments are closed.