Latest Odisha News

BREAKING NEWS

ନବୀନ ଘୋଷଣା କଲେ ବିଜେଡ଼ିର ଆଉ ୯ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଅବଶିଷ୍ଟ ୯ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଘୋଷିତ ହେବା ପରେ ବିଜେଡ଼ିରେ ଯୋଗଦାନ କରିଥିବା ଭାଗିରଥୀ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କାକଟପୁରରୁ ସୁରେନ୍ଦ୍ର ସେଠୀ ବିଜେଡ଼ି ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି ।

ବହୁଚର୍ଚ୍ଚିତ ପିପିଲି ଆସନରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କୁ ନବୀନ ପୁଣି ଥରେ ଟିକଟ ଦେଇଥିବା ବେଳେ ଜଗତସିଂହପୁର ଆସନରେ ପ୍ରଶାନ୍ତ ମୁଦୁଲି ଏବଂ ଚର୍ଚ୍ଚିତ ବାଲିକୁଦା-ଏରସମା ଆସନରେ ରଘୁନନ୍ଦନ ଦାସ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି ।

ସେହିପରି ଚର୍ଚ୍ଚିତ ଧାମନଗର ବିଧାନସଭା ଆସନରୁ ରାଜେନ୍ଦ୍ର କୁମାର ଦାସଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ବିଜେଡ଼ିର ୯ଟି ବିଧାନସଭା ପ୍ରାର୍ଥୀ ତାଲିକା
ପିପିଲି – ପ୍ରଦୀପ ମହାରଥୀ
ଜଗସିଂହପୁର – ପ୍ରଶାନ୍ତ ମୁଦୁଲି
ବାଲିକୁଦା-ଏରସମା – ରଘୁନନ୍ଦନ ଦାସ
ନୀଳଗିରି – ସନ୍ତୋଷ ଖଟୁଆ
ଧାମନଗର – ରାଜେନ୍ଦ୍ର କୁମାର ଦାସ
ଆନନ୍ଦପୁର – ଭାଗିରଥି ସେଠୀ
ନିମାପଡା – ସମୀର ରଞ୍ଜନ ଦାଶ
କାକଟପୁର – ସୁରେନ୍ଦ୍ର ସେଠୀ
ନିଆଳି – ପ୍ରମୋଦ ମଲ୍ଲିକ

 

Leave A Reply

Your email address will not be published.