Latest Odisha News

ଋଷ ସହ ଯୁଦ୍ଧ ମଧ୍ଯରେ ମୋଦି ଯିବେ ୟୁକ୍ରେନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟରେ ପ୍ରଥମ ଥର ପାଇଁ ୟୁକ୍ରେନ୍ ଗସ୍ତ କରିବେ।ଏହି ଅବସରରେ ସେ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଇଟାଲୀର G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସାକ୍ଷାତ ହୋଇଥିଲା। ଏହି ଅବସରରେ ଦୁଇ ନେତା ପରସ୍ପରଙ୍କୁ ଭେଟିବା ବେଳେ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା।

୨୦୨୨ରେ ରୁଷ-ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଏହା ପ୍ରଧାନମନ୍ତ୍ରୀଙ୍କର ଯୁଦ୍ଧଗ୍ରସ୍ତ ରାଷ୍ଟ୍ରକୁ ପ୍ରଥମ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର କିଛି ଦିନ ପରେ ଏହି ଗସ୍ତ କରିବେ ବୋଲି ସୂଚନା ରହିଛି। ଅପରପକ୍ଷେ ଏହି ଗସ୍ତ ବେଳେ ରୁଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା।

Comments are closed.