Latest Odisha News

୭୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଭିନ୍ନ ମହଲରୁ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ବର୍ଷରେ ପାଦ ଥାପିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ଜନ୍ମଦିନର ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବଡ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ଗତ ଏକ ସପ୍ତାହ ଧରି ବିଜେପି କର୍ମୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ। ଯେଉଁମାନେ ଅସହାୟ ଲୋକଙ୍କ ମଧ୍ୟରେ ରାସନ ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ ଏବଂ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲେ।

ଗତକାଲି ତାମିଲନାଡୁର କୋଏମ୍ବାଟୁରରେ ଭାରତୀୟ ଜନତା ପାର୍ଟି କର୍ମୀମାନେ କୋଏମ୍ବାଟୁରର ସିଭାନ୍‌ କାମାଚି ଅମ୍ମାନ ମନ୍ଦିରରେ ଭଗବାନ ଶିବଙ୍କ ନିକଟରେ ଏକ ୭୦ କିଲିଆ ଲଡୁ ଭୋଗ ଲଗାଇ ତାଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ।

Comments are closed.