Latest Odisha News

BREAKING NEWS

ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ୀଙ୍କୁ ଆହ୍ୱାନ କରିବା ସହ ବିବେକାନନ୍ଦ ବତେଇଥିବା ମାର୍ଗରେ ଯିବା ପାଇଁ କହିଥିଲେ । ସବୁ କିଛି ସହିହେବ କିନ୍ତୁ ବିଚାରାଧାରା ଦେଶ ବିରୋଧୀ ହେବା ଉଚିତ ନୁହେଁ ବୋଲି ସେ କହିଥିଲେ । ପ୍ରତିମୂର୍ତି ଉନ୍ମୋଚନ ହେବା ପରେ ଏହା ନିଶ୍ଚିତ ଭାବେ ଅନେକଙ୍କୁ ତାଙ୍କ ଆଦର୍ଶରେ ଯିବା ପାଇଁ ଅନୁପ୍ରାଣିତ କରିବ ।

ଏମେରଜେନ୍ସି ସମୟର ଉଦାହରଣ ଦେଇ ସେ କହିଥିଲେ ସେ ସମୟରେ ସମସ୍ତ ପାର୍ଟିର ଲୋକ ଏହା ବିରୋଧରେ ସ୍ୱର ଉତୋଳନ କରିଥିଲେ । ୨ ବର୍ଷ ହେବ ବିବେକାନନ୍ଦଙ୍କ ମୂର୍ତି ଉନ୍ମୋଚିତ ହୋଇପାରି ନ ଥିଲା । ମୋଦିଙ୍କ ଆସିବା ପୂର୍ବରୁ ମଧ୍ୟ ମୂର୍ତି ନିକଟରେ ଉତେଜନାପୂର୍ଣ୍ଣ ବାକ୍ୟ ଲେଖା ଯାଇଥିଲା । ଏଥିନେଇ କ୍ୟାମ୍ପସରେ ଚାପା ଉତେଜନା ଲାଗି ରହିଥିଲା । ମୂର୍ତି ଉନ୍ମୋଚନ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

Leave A Reply

Your email address will not be published.