Latest Odisha News

BREAKING NEWS

ପୁଣିଥରେ ବିବାହ କରିବେ ପ୍ରଭୁଦେବା !

ତେଲେଙ୍ଗାନା: ପ୍ରଥମେ ଅଭିନେତା ଓ ପରେ କୋରିଓଗ୍ରାଫର୍‌ରୁ ପାଲଟିଥିଲେ ନିର୍ଦ୍ଦେଶକ । ମୁକାବଲା ଭଳି ଅଲ୍ ଟାଇମ୍ ସୁପରହିଟ୍ ଗୀତରେ ଧମାକାଦାର ଡାନ୍ସ କରିଥିବା ପ୍ରଭୁଦେବା ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର ପ୍ରଫେସ୍ନାଲ ଲାଇଫ୍ ନୁହେଁ ବରଂ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ଭର୍ସାଟାଇଲ୍ ପର୍ସନାଲିଟି ।

ଦ୍ୱିତୀୟ ଥର ପାଇଁ ବିବାହ କରିବେ ପ୍ରଭୁଦେବା । କିଛି ଏପରି ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ମିଳିଥିବା ଖବର ଅନୁଯାୟୀ କୌଣସି ଅଭିନେତ୍ରୀ କି ସେଲିବ୍ରିଟି ନୁହେଁ ବରଂ ନିଜ ଭାଣିଜିକୁ ବିବାହ କରିପାରନ୍ତି ପ୍ରଭୁଦେବା । ତେବେ ଏ ନେଇ ଖୋଦ ପ୍ରଭୁଦେବାଙ୍କଠାରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

୧୯୯୫ରେ ପ୍ରଭୁଦେବା ରାମଲଥାଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ଔରସରୁ ତିନୋଟି ସନ୍ତାନ ଜନ୍ମ ହୋଇଥିଲେ ହେଁ କ୍ୟାନ୍ସରରେ ପୀଡିତ ହୋଇ ୨୦୦୮ରେ ତାଙ୍କ ବଡପୁଅର ମୃତ୍ୟୁ ଘଟିଥିଲା । ଏହାପରେ ଅଭିନେତ୍ରୀ ନୟନଥରାଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରିବା ଅଭିଯୋଗରେ ରାମଲଥା ପ୍ରଭୁଦେବାଙ୍କଠାରୁ ଛାଡପତ୍ର ଦାବି କରିଥିଲେ ।

ନୟନ୍‌ଥରା ଓ ପ୍ରଭୁଦେବା ବେଶ କିଛିବର୍ଷ ଧରି ରିଲେସନସିପରେ ରହିଥିଲେ । ହେଲେ ୨୦୧୨ରେ ଦୁହେଁ ନିଜ ରାସ୍ତା ଅଲଗା କରିଦେଇଥିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିଲାବେଳେ ଏହା ପଛର କାରଣ ଆଜି ବି ଅଜଣା ରହିଛି ।

ତାଜା ସ୍ଥିତିରେ ସଲମାନଙ୍କ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ପାଇଁ ପ୍ରଭୁଦେବା ବ୍ୟସ୍ତ ଅଛନ୍ତି । ତା ଛଡା ପୋନ୍ ମାନିକାଭେଲ୍‌, ଥେଲ୍‌, ୟଙ୍ଗ୍ ମୁଙ୍ଗ୍ ସଙ୍ଗ୍‌, ବଘିରା ଓ ଓମାଇ ଭିଜ୍‌ଗାଇ ଭଳି ତାମିଲ ଫିଲ୍ମରେ ମଧ୍ୟ ମୁଖ୍ୟ ଅଭିନେତା ସେ ନଜର ଆସିବେ ।

Leave A Reply

Your email address will not be published.