Latest Odisha News

BREAKING NEWS

ଆଜି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ, ଭର୍ଚ୍ଚୁଆଲି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଭାରତର ଅଧ୍ୟକ୍ଷତାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ଭର୍ଚ୍ଚୁଆଲି କରାଯିବ। ଆଜି ଭର୍ଚ୍ଚୁଆଲି ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଅଧ୍ୟକ୍ଷତା କରିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। SCO ରେ ଆଠ ସଦସ୍ୟ ଅଛନ୍ତି। ଯେଉଁଥିରେ ଭାରତ, ଋଷ, ଚୀନ୍, ପାକିସ୍ଥାନ, ତାଜିକିସ୍ତାନ, କିର୍ଗିଜସ୍ଥାନ, କାଜାଖସ୍ତାନ ଏବଂ ଉଜବେକିସ୍ତାନ ସାମିଲ ଅଛନ୍ତି। ୨୦୦୫ ମସିହାରେ ଭାରତ ଏଥିରେ ଯୋଗ ଦେଇଥିଲା। ସେହି ସମୟରେ ଭାରତର ଭୂମିକା ପର୍ଯ୍ୟବେକ୍ଷକ ରୂପେ ଥିଲା। ଏହା ପରେ ୨୦୧୭ ମସିହାରେ ଭାରତ ଏହାର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲା।

ଚୀନ୍‌କୁ ଏସସିଓରେ ଏକ ଶକ୍ତିଶାଳୀ ଦେଶ ଭାବେ ବିବେଚନା କରାଯାଇଛି। ଏଭଳି ପରିସ୍ଥିତିରେ ଭାରତର ଏହି ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା ମଧ୍ୟ ଚୀନ୍‌ର ସର୍ବୋଚ୍ଚତାକୁ ଚ୍ୟାଲେଞ୍ଜ କରୁଥିବା ପରି ଦେଖାଯାଉଛି। ଏହି ଶିଖର ସମ୍ମିଳନୀରେ ଋଷର ଅଂଶଗ୍ରହଣ ମଧ୍ୟ ଏକ ଚର୍ଚ୍ଚାର ବିଷୟ। କାରଣ ନିକଟରେ ୟେଭେଗେନି ପ୍ରିଗୋଜିନ୍‌ର ବ୍ୟକ୍ତିଗତ ସେନା ୱାଗନର୍ଙ୍କ ବିଦ୍ରୋହ ପରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶକ୍ତି ଉପରେ ପ୍ରଶ୍ନ ଉଠିଛି।

ଏସସିଓ ଏକ ପ୍ରଭାବଶାଳୀ ଅର୍ଥନୈତିକ ଏବଂ ସିକ୍ୟୁରିଟି ବ୍ଲକ୍ ଭାବରେ ବିବେଚନା କରାଯାଏ, ଯାହା ସର୍ବ ବୃହତ ଆନ୍ତର୍ଜାତୀୟ ସଂଗଠନ ଭାବରେ ଉଭା ହୋଇଛି। ୨୦୦୧ ମସିହାରେ ଏକ ଶିଖର ସମ୍ମିଳନୀରେ ଏହା ପ୍ରତିଷ୍ଠିତ ହୋଇଥିଲା। ତା’ପରେ ଋଷ, ଚୀନ୍, କିର୍ଗିଜ୍ ରିପବ୍ଲିକ୍, କଜାକିସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିମାନେ ଏକ ଶିଖର ସମ୍ମିଳନୀରେ ପୂର୍ବ ଏସିଆରୁ ଭାରତ ମହାସାଗର ପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତା କରିବା ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା କରିଥିଲେ।। ୨୦୦୫ ରେ ଭାରତ ପ୍ରଥମଥର ଏସସିଓ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିଥିଲା। ୨୦୧୭ ରେ ଭାରତ ଏବଂ ପାକିସ୍ଥାନ ଏହାର ସ୍ଥାୟୀ ସଦସ୍ୟ ହୋଇଥିଲେ।

Leave A Reply

Your email address will not be published.