Latest Odisha News

BREAKING NEWS

ଡାକ୍ତରଖାନା ଭିତର ଡ୍ରେନ କଡ଼ରେ ପ୍ରସବ, ମୃତ ଶିଶୁପୁତ୍ର ଜନ୍ମ

ମୟୂରଭଞ୍ଜ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଡାଇରିଆ ରୋଗରେ ଆକ୍ରାନ୍ତ ରୋଗୀ। ହେଲେ ଘଟିଗଲା ଅଘଟଣ। ହଠାତ୍ ମହିଳା ଜଣକ ଡାଇରିଆ ୱାର୍ଡ ବାହାରେ ଥିବା ଡ୍ରେନ ନିକଟରେ ଜନ୍ମ ଦେଲେ ଏକ ମୃତ ଶିଶୁ ପୁତ୍ର। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ।

ଶରତ ଥାନା ଦେୱାନବାହାଳୀ ଗ୍ରାମର ବିଧବା ମହିଳା ସୁନାମଣୀ ସିଂ ରବିବାର ବିଳମ୍ବିତ ରାତିରେ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଡାଇରିଆ ୱାର୍ଡରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ସନ୍ଧ୍ୟା ସମୟରେ ଅଚାନକ ତାଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ଏବଂ ଡାଇରିଆ ୱାର୍ଡ ବାହାରେ ଥିବା ଡ୍ରେନ ନିକଟରେ ସେ ଛିଡା ହୋଇଥିଲେ। ଯନ୍ତ୍ରଣା ଏତେ ଅଧିକ ହେଲା ଯେ ସେହିଠାରେ ହିଁ ତାଙ୍କ ପେଟରେ ଥିବା ଶିଶୁପୁତ୍ରଟି ଜନ୍ମ ନେଇଥିଲା। ଡ୍ରେନ ନିକଟରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ।

ଏଭଳି ଘଟଣା ଡାକ୍ତରଖାନା ଭିତରେ ଘଟିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତରଖାନା ଭିତରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ବାବଦରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମଧୁସ୍ମିତା ବେହେରାଙ୍କୁ ପଚାରିବାରୁ ଉକ୍ତ ମହିଳା ଜଣକ ରବିବାର ରାତିରେ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ଏବଂ ସେ ୬ ରୁ ୭ ମାସର ଗର୍ଭବତୀ ଥିବା ସୂଚନା କାହା ପାଖରେ ନଥିଲା ବୋଲି କହିଛନ୍ତି।

Leave A Reply

Your email address will not be published.