Latest Odisha News

BREAKING NEWS

୭୧ ତମ ଗଣତନ୍ତ୍ର ଦିବସ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସମଗ୍ର ଭାରତରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ୭୧ତମ ଗଣତନ୍ତ୍ର ଦିବସ ।


ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ କରି ଏହି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।

ମୋଦୀ ଟୁଇଟ୍ କରି ଲେଖିଛନ୍ତି ଯେ, ‘ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ବହୁତ ବହୁତ ଶୁଭେଚ୍ଛା । ଜୟ ହିନ୍ଦ’ ।


ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ ଆଜି ସନ୍ଧ୍ୟା ୬ଟାରେ ପ୍ରସାରଣ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନିଜର ଭାବନାକୁ ପରିପ୍ରକାଶ କରିବେ ବୋଲି ମଧ୍ୟ ନିଜର ଅନ୍ୟ ଏକ ଟୁଇଟ କରି ଜଣାଇଛନ୍ତି ।

Leave A Reply

Your email address will not be published.