Latest Odisha News

BREAKING NEWS

ଖୋର୍ଦ୍ଧାରେ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀରେ ଜଣେ ସ୍କୁଲ୍ ଛାତ୍ରୀ ଏସିଡ୍ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାରେ ଛାତ୍ରୀଜଣକଙ୍କ ମୁହଁ ଓ ଆଖି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି ।

ମିଳିଥିିବା ସୂଚନାନୁଯାୟୀ, ଟାଙ୍ଗୀ ବଡ଼ପାରି ନୋଡ଼ାଲ୍ ହାଇସ୍କୁଲର ଛାତ୍ରୀ ତାଙ୍କ ସାଙ୍ଗ ସହିତ ନିକଟସ୍ଥ ବ୍ରଜଗୋପୀକା ଧାମକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଘଟଣାପରେ ତୁରନ୍ତ ପୀଡ଼ିତା ଛାତ୍ରୀଙ୍କୁ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ପରେ ଅଧିକ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହି ଏସିଡ଼ ଆକ୍ରମଣରେ ପୀଡ଼ିତାଙ୍କ ଜଣେ ସହପାଠୀ ସଂପୃକ୍ତ ଥିବାର ସୂଚନା ମିଳିଛି ।

ଇତିମଧ୍ୟରେ ଟାଙ୍ଗୀ ପୋଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.