Latest Odisha News

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ କଲମରୁ ମା’ଙ୍କ ପାଇଁ ପଦେ……

ନୂଆଦିଲ୍ଲୀ: ପୁଣି ଜଗଦମ୍ବା ମା’ଙ୍କ ଆଗମନରେ ମାଙ୍କୁ ସମର୍ପିତ କରି ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି । ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କଲେ ମା’ ଦୁର୍ଗାଙ୍କୁ ସମର୍ପିତ ଗୀତ ‘ଆଭତିକଲାୟ’ । ତେବେ ମହାରାଷ୍ଟ୍ର ଗସ୍ତରେ ଯାଇଥିବା ବେଳେ ମୋଦି ମା ଜଗଦମ୍ବା ମନ୍ଦିରରେ ପୂଜାଅର୍ଚ୍ଚନା କରିଥିଲେ ।

ଯାହାର ଭିଡିଓକୁ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରି ମୋଦି ଲେଖିଛନ୍ତି, ‘ଏବେ ପବିତ୍ର ନବରାତ୍ରୀ ଉତ୍ସବର ସମୟ ଚାଲିଛି। ଲୋକମାନେ ମା’ଙ୍କ ପ୍ରତି ଭକ୍ତି ଜ୍ଞାପନ କରି  ଏକାଠି ହୋଇ ଏହାକୁ ବିଭିନ୍ନ ଉପାୟରେ ପାଳନ କରୁଛନ୍ତି । ଏହି ଖୁସିରେ ମୁଁ ମଧ୍ୟ ମା’ଙ୍କ ଶକ୍ତି ଓ ଅନୁଗ୍ରହକୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଗରବା ଗୀତ ‘ଆଭତିକଲାୟ’ ଲେଖିଛି । ତାଙ୍କର ଆଶୀର୍ବାଦ ସବୁବେଳେ ଆମ ଉପରେ ରହୁ ।’

ତେବେ ଏହି ଗୀତଟିକୁ ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ବେଳେ ଏହାକୁ ନିଜ ସୁନ୍ଦର କଣ୍ଠରେ ଗାଇଛନ୍ତି ଗାୟିକା ପୂର୍ବା ମନ୍ତ୍ରୀ ।

Leave A Reply

Your email address will not be published.