Latest Odisha News

BREAKING NEWS

୨୦୧୧ରେ ତହବୁରକୁ ନେଇ କିଛି ଏପରି ଲେଖିଥିଲେ ମୋଦି…ଆମେରିକା ଉପରେ ବର୍ଷିଥିଲେ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ ରାଣା ଏବେ ଭାରତରେ । ଭାରତର ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଏବେ ତହବୁରକୁ ଜେରା କରୁଛି । ସେଦିନ ଘଟଣା ନେଇ ସବୁ ସତ ଉଗାଳୁଛି ଏନଆଇଏ । ତହବୁରକୁ ଗୁରୁବାର ଆମେରିକାରୁ ଭାରତ ଅଣାଯିବା ପରେ, ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୋଷ୍ଟ । ୨୦୧୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ପୋଷ୍ଟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଥିବା ବେଳେ ଏହାକୁ ନେଇ ୟୁଜର୍ସ ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିବାରେ ଲାଗିଛନ୍ତି । ଯେଉଁଥିଣେ ମୋଦି ଭାରତର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ଆମେରିକାର କୋର୍ଟ ଉପରେ ବର୍ଷିଥିବା ବେଳେ ମୁମ୍ବାଇ ଆକ୍ରମଣରେ ତହବୁର ରାଣାର ସିଧାସଳଖ ସମ୍ପୃକ୍ତିରୁ ତାକୁ ମୁକ୍ତ କରିବାକୁ କଡା ନିନ୍ଦା କରିଥିଲେ ।

୨୦୧୧ ମସିହାରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ, ମୁମ୍ବାଇ ଆକ୍ରମଣରେ ତହବୁର ରାଣାକୁ ଆମେରିକାର କୋର୍ଟ ନିର୍ଦ୍ଦୋଷ ଘୋଷଣା କରିବା, ଭାରତର ସାର୍ବଭୌମତ୍ୱର ଅପମାନ ଏବଂ ଏହା ଆମର ବୈଦେଶିକ ନୀତିର ଏକ ବଡ଼ ବିଫଳତା । ଯାହାକୁ ଏବେ ସୋସିବଲ ମିଡିଆରେ ଭାଇରାଲ କରି ନିଜର ମତ ଦେଇଛନ୍ତି ୟୁଜର୍ସ ।

ଏହି ଟ୍ୱିଟର ୧୪ ବର୍ଷ ପରେ, ଏବେ ତହବୁର ଭାରତ ହାତରେ ଲାଗିଛି । ଭାରତ ଏବେ ତାର ହିସାବ ନିକାଶ କରିବ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଟ୍ୱିଟକୁ ସେୟାର କରି ତାଙ୍କୁ ପ୍ରଶଂସା କରି ୟୁଜର୍ସ ଲେଖିଛନ୍ତି, ନେତା ହେଉଛନ୍ତି ସିଏ, ଯିଏ ତାଙ୍କ କଥା ପାଳନ କରନ୍ତି। କେହି ଜଣେ କ୍ୟାପଟେନ୍ କ୍ୟାପଟେନ୍ ବୋଲି ଲେଖିଥିବା ବେଳେ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଯଦି ମୋଦି ଅଛନ୍ତି ତେବେ ଏହା ସମ୍ଭବ ।

ତହବୁର ରାଣା ଜଣେ ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ । ପୂର୍ବରୁ ପାକିସ୍ତାନ ସେନାରେ ଜଣେ ଡାକ୍ତର ରହିଥିଲା ତହବୁର । ୨୦୦୮ ମୁମ୍ବାଇ ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ତହବୁର ତାର ସାଥି ହେଡଲିକୁ ଏହି ଆକ୍ରମଣ ପାଇଁ ଆର୍ଥିକ ସହାୟତା ଯୋଗାଇଥିଲା । ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଡେଭିଡ୍ କୋଲମ୍ୟାନ୍ ହେଡଲି, ଯିଏକି ଏବେ ଆମେରିକା ଜେଲରେ ଅଛି, ସେ ତହବୁର ବିଷୟରେ ସାକ୍ଷ୍ୟ ଦେଇଥିଲା । ହେଡଲି କହିଥିଲା ​​ଯେ ରାଣା ତାଙ୍କୁ ମୁମ୍ବାଇରେ ଏକ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେଇଥିଲା, ଯାହା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏକ ଆବରଣ ଥିଲା । ୨୦୦୭ ରୁ ୨୦୦୮ ମଧ୍ୟରେ ହେଡଲି ଭାରତରେ ପାଞ୍ଚ ଥର ରେକି କରିଥିଲା। ରାଣା ହେଡଲିକୁ ଭିସା ପାଇବାରେ ସାହାଯ୍ୟ କରିଥିଲା । ଏହି ସମୟରେ ରାଣା ମୁମ୍ବାଇର ରେକି ମଧ୍ୟ କରିଥିଲା । ସେହି ସମୟରେ ସେ ତାର ସ୍ତ୍ରୀଙ୍କ ସହ ତାଜ ହୋଟେଲରେ ରହି ୨୬/୧୧ ଆକ୍ରମଣର ପାଇଁ ପୂର୍ବ ପ୍ରସ୍ତୁତି କରିଥିଲା ।

ଯାହାକୁ ଏବେ ବହୁ ପ୍ରଚେଷ୍ଟା ପରେ ଭାରତ ଅଣାଯାଇଛି । ମୁମ୍ବାଇ ଆକ୍ରମଣ ଭଳି ଜଘନ୍ୟ କାଣ୍ଡ ଘଟାଇଥିବା ତହବୁର, ଯେଉଁଥିରେ ୧୬୬ ଜରଙ୍କ ଜୀବନ ଯାଇଥିଲାଏକ ସ୍ୱତନ୍ତ୍ର ବିମାନ ଯୋଗେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ପାଲମା ବିମାନବନ୍ଦରରେ ପହଞ୍ଚିଥିଲା । ପରେ ଏନଆଇଏ ତହବୁରକୁ ଆନୁଷ୍ଠାନିକ ଭାବେ ଗିରଫ କରି  ୧୮ ଦିନିଆ ରିମାଣ୍ଡକୁ ନେଇ ପଚରାଉଚରା ଜାରି ରଖିଛି ।

Comments are closed.