ନୂଆଦିଲ୍ଲୀ: ଗତ ବର୍ଷ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ବଡ ତ୍ରୁଟି ପରିଲକ୍ଷିତ ହୋଇଥିଲା । ପଞ୍ଜାବ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ପାଇଁ ଯାଉଥିବା ବେଳେ କୃଷକମାନଙ୍କ ଏକ ରାଲୀ ତାଙ୍କ କାରକେଡକୁ ଅଟକାଇ ଦେଇଥିଲେ । ପ୍ରାୟ ୨୦ ମିନିଟ ଧରି ସେ ଫସି ରହିଥିଲା । ଏହି ଘଟଣା ଚର୍ଚ୍ଚା ତଥା ଚିନ୍ତାର କାରଣ ସାଜିଥିଲା । ମଙ୍ଗଳବାର ଏହି ମାମଲାରେ ୯ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ସେ ସମୟର ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିୱାରୀ, ପଞ୍ଜାବର ଡିଜିପି ଏସ.ଚଟ୍ଟୋପାଧ୍ୟାୟ, ଏସଏସପି ହରମନପ୍ରୀତ ସିଂ, ସେ ସମୟର ଡେପୁଟି ଆଇଜି ସୁରଜିତ ସିଂ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି ଘଟଣାର ଯାଂଚ ପାଇଁ ଏକ ୫ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା ।
Comments are closed.