ଅଯୋଧ୍ୟା: ଜାନୁଆରୀ ୨୨ ରେ ଭଗବାନ ରାମଙ୍କ ମନ୍ଦିରର ଭବ୍ୟ ପୂଜାର୍ଚ୍ଚନା ସମାରୋହ ଭଳି ବଡ ଦିନରେ ଅଯୋଧ୍ୟା ଯାତ୍ରା ନ କରିବାକୁ ପ୍ରଧାନମନ୍ତ୍ରୀ ଭକ୍ତମାନଙ୍କୁ ନିବେଦନ କରିଛନ୍ତି ।
ଶନିବାର ପୁନର୍ବିକଶିତ ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନ ଏବଂ ନୂଆ ମହର୍ଷି ବାଲ୍ମିକି ବିମାନ ବନ୍ଦରର ଉଦଘାଟନ କରିବା ସହ ଏହି ମନ୍ଦିର ନଗରୀ ପାଇଁ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏପରି ନିବେଦନ କରିଛନ୍ତି।
ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ମୋଚନ ପରେ ଦର୍ଶକଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଏହା ମୋର ଅନୁରୋଧ, ଜାନୁଆରି ୨୨ରେ ରାମ ମନ୍ଦିରକୁ ଆସିବାକୁ ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରଥମେ ଏହି ପ୍ରାଣ ପ୍ରତିଷ୍ଠା ହୋଇଯାଉ ଏହାପରେ ଜାନୁଆରୀ ୨୩ ପରେ ଯେକୌଣସି ସମୟରେ ଆସିପାରିବେ।
ଉଦଘାଟନୀ ଦିବସରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ପାଇଁ ଲଜିଷ୍ଟିକ୍ ଏବଂ ସୁରକ୍ଷା ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିବା ସହ ଜାନୁଆରି ୨୨ ତାରିଖରେ ଘରେ ଦୀପ ଜାଳିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଥିଲେ ମୋଦୀ ।
“ଆପଣ ୫୫୦ ବର୍ଷରୁ ଅଧିକ ସମୟ ଅପେକ୍ଷା କରିଛନ୍ତି। ଆଉ କିଛି ସମୟ ଅପେକ୍ଷା କରନ୍ତୁ ବୋଲି ମୋଦୀ ନିବେଦନ କରିଛନ୍ତି। ସେହି ଦିନ ସାରା ଭାରତରେ ଦୀପାବଳି ହେବା ଉଚିତ।
ଆଗାମୀ ଶତାବ୍ଦୀ ଧରି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଦେଶର ସବୁଠାରୁ ସ୍ୱଚ୍ଛ ସହରରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଅଯୋଧ୍ୟାବାସୀଙ୍କୁ ଅନୁରୋଧ କରିଛନ୍ତି।
Comments are closed.