Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ‘ଆମ ବସ’ ରୁଟରେ ପରିବର୍ତନ

ଭୁବନେଶ୍ୱର: ରାଜ୍ୟରେ ମୋହନ ମାଝୀ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯେଉଁଠି ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆସନ୍ତା ଜୁନ ୨୦ରେ ଓଡ଼ିଶା ଗସ୍ତରେ ଆସିବେ।

ଏହାକୁ ନଜରରେ ରଖି ଶୁକ୍ରବାର ଭୁବନେଶ୍ୱରର ପ୍ରାୟ ବିଭିନ୍ନ ଜାଗାରେ ଆମ ବସ୍ ସେବା ରୁଟରେ ପରିବର୍ତ୍ତନ କରାଯିବ। ତଦନୁଯାୟୀ ଶୁକ୍ରବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ମୋ ବସ୍ ରୁଟ୍ ନମ୍ବର ୦୯, ୧୦, ୧୨,୧୩, ୧୭,୧୮,୨୧,୨୩, ୨୬,୨୭,୨୮,୩୦,୩୬,୩୭,୩୯, ୪୦,୪୭ ଏବଂ ୬୬କୁ ପରିବର୍ତ୍ତନ କରାଯିବା ନେଇ କ୍ରୁଟ ପକ୍ଷରୁ ପୋଷ୍ଟ କରାଯାଇଛି।

ପ୍ରଥମେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ରୋଡ ସୋ ମାଧ୍ୟମ ରେ କାର୍ଯ୍ୟକ୍ରମ ସ୍ଥଳୀକୁ ଯିବେ। ଫଳରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ପୂର୍ବରୁ ହିଁ ନାଲକୋ ସ୍କୋୟାର ଏବଂ ଏୟାରପୋର୍ଟ ସ୍କୋୟାର ମଧ୍ୟରେ ଚାଲୁଥିବା ଆମ ବସ୍ ସେବାକୁ ସ୍ଥାନାନ୍ତର କରିବା ପାଇଁ କ୍ରୁଟକୁ ଅନୁରୋଧ କରି ଏକ ଚିଠି ଲେଖିଥିଲେ। ତେବେ ଭିଡ଼କୁ ଦୃଷ୍ଟିରେ ରଖି ଓ  ଟ୍ରାଫିକ୍ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ କାଲି ନାଲକୋ ସ୍କୋୟାର ଏବଂ ଏୟାରପୋର୍ଟ ସ୍କୋୟାର ମଧ୍ୟରେ ଚାଲୁଥିବା ଆମ ବସ୍ ସେବାରେ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଉଛି,” ବୋଲି ପୋଲିସ କମିଶନରଙ୍କ ଚିଠିରେ ଉଲ୍ଲେଖ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୩.୪୦ ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରେ ଅବତରଣ କରିବେ। ପ୍ରଧାନମନ୍ତ୍ରୀ ଅପରାହ୍ନ ୩.୪୫ରୁ ୪.୧୫ ପର୍ଯ୍ୟନ୍ତ ଜନତା ମଇଦାନ ଅଭିମୁଖେ ରୋଡ ଶୋ ଦ୍ଵାରା ଯାତ୍ରା କରିବେ।ସେଠାରେ ଅପରାହ୍ନ ୪.୧୫ ରୁ ୫.୩୦ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଯେଉଁଥିରେ ରାଜ୍ୟର ଅଭିବୃଦ୍ଧି ପାଇଁ ଏକ ଦୀର୍ଘକାଳୀନ ରୋଡମ୍ୟାପ୍ ର ରୂପରେଖ ରହିବ। ତେବେ ମୋଦି ୧୭,୦୦୦ କୋଟି ଟଙ୍କାର ନୂତନ ବିକାଶ ଏବଂ କଲ୍ୟାଣକାରୀ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବା ନେଇ ସୂଚନା ମିଳିଛି।

 

Comments are closed.