Latest Odisha News

BREAKING NEWS

କାହିଁକି ବାତିଲ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସିକ୍କିମ୍ ଗସ୍ତ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିକ୍କିମ୍ ଗସ୍ତ ବାତିଲ୍‌। ପ୍ରଧାନମନ୍ତ୍ରୀ ମୋଦି ଆଜି ଏବଂ ଆସନ୍ତାକାଲି ଚାରୋଟି ରାଜ୍ୟ ଗସ୍ତରେ ଯାଇଥାନ୍ତେ। ମୋଦିଙ୍କ ଗସ୍ତ ସିକ୍କିମରୁ ଆରମ୍ଭ ହୋଇଥାନ୍ତା। ଏହା ପରେ ସେ ପଶ୍ଚିମବଙ୍ଗ ଯାଇଥାନ୍ତେ। କିନ୍ତୁ ଆଜି ହଠାତ୍ ତାଙ୍କର ସିକ୍କିମ ଗସ୍ତ ବାତିଲ ହୋଇଛି। ଖରାପ ପାଗ ଯୋଗୁଁ ଗସ୍ତ ବାତିଲ୍ କଲେ ପ୍ରଧାନମନ୍ତ୍ରୀ।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦି ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି। ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିକ୍କିମ କାର୍ଯ୍ୟକ୍ରମରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ସିକ୍କିମରେ ପ୍ରକୃତି ଅଛି, ଆଧ୍ୟାତ୍ମିକତା ଅଛି, ହ୍ରଦ, ଜଳପ୍ରପାତ ଏବଂ ଶାନ୍ତିର ଛାୟାରେ ଅବସ୍ଥିତ ବୌଦ୍ଧ ମଠ ମଧ୍ୟ ଅଛି।’ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ସିକ୍କିମର ଐତିହ୍ୟ ପାଇଁ ଗର୍ବିତ। ଆଜି ଯେତେବେଳେ ଏଠାରେ ଏକ ନୂତନ ସ୍କାଏୱାକ୍ ନିର୍ମାଣ କରାଯାଉଛି, ସୁବର୍ଣ୍ଣ ଜୟନ୍ତୀ ପ୍ରକଳ୍ପର ଉଦଘାଟନ କରାଯାଉଛି, ଅଟଳ ଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଉଛି। ଏହି ସମସ୍ତ ପ୍ରକଳ୍ପ ସିକ୍କିମର ନୂତନ ଉଡ଼ାଣର ପ୍ରତୀକ ପାଲଟିବ।

ଏବେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ। ତାଙ୍କ ଗସ୍ତ ସମୟରେ ସେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିହାରବାସୀଙ୍କ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ହେବାକୁ ଯାଉଛି।

Comments are closed.