Latest Odisha News

ୟୁ ଟ୍ୟୁବରେ ୨ କୋଟି ସବସ୍କ୍ରାଇବର ଥିବା ବିଶ୍ୱର ପ୍ରଥମ ନେତା ହେଲେ ମୋଦି, ଚଳିତ ମାସରେ ମିଳିଲା ୨୨ କୋଟି ଭିଉଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି । ସାରା ବିଶ୍ୱର ପ୍ରଥମ ନେତା ହେଉଛନ୍ତି ମୋଦି ଯାହାଙ୍କ ୟୁ ଟ୍ୟୁବ ଚାନେଲ((PM Modi YouTube Channel))ର ସବସ୍କ୍ରଇବର ୨ କୋଟିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ୟୁଟ୍ୟୁବ ଚାନେଲ ଅଛି । ଏହି ଚାନେଲରେ ୪.୫ ବିଲିୟନ ଅର୍ଥାତ ୪୫୦ କୋଟି ବ୍ୟୁଜ ହୋଇ ସାରିଲାଣି । ଚଳିତ ମାସରେ ମୋଦିଙ୍କ ୟୁ ଟ୍ୟୁବ ଚାନେଲଙ୍କୁ ପାଖାପାଖି ୨୨.୪ କୋଟି ଭିଉଜ ମିଳିଛି ।ଗତବର୍ଷ ଫେବୃଆରୀରେ ମୋଦିଙ୍କ ଚାନେଲର ସବସ୍କ୍ରାଇବର ୧ କୋଟି ଛୁଇଁଥିଲା ।

ମୋଦିଙ୍କ ଚାନେଲର ସବୁଠାରୁ ଲୋକପ୍ରିୟ ୩ଟି ଭିଡିଓ ରହିଛି । ଏହାର ମୋଟ ଭିଉ ବର୍ତ୍ତମାନ ସୁଦ୍ଧା ୧୭୫ ମିଳିୟନ ହେଲାଣି । ୨୦୦୭ରେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ୟୁଟ୍ୟୁବ ଚାନେଲ ଖୋଲିଥିଲେ । ସେତେବେଳେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ।
ସୋସିଆଲ ମିଡିଆରେ ମୋଦି ଅନ୍ୟ ରାଜନେତାଙ୍କ ତୁଳନାରେ ଯଥେଷ୍ଟ ଆଗରେ । ଖାଲି ୟୁଟ୍ୟୁବ ନୁହେଁ, ଅନ୍ୟତମ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ମୋଦିଙ୍କର ୬୪ ମିଲିଅନ ଫଲୋଅର୍ସ ଅଛନ୍ତି । ସେହିପରି ଇନଷ୍ଟରେ ୮୨.୭ ମିଲିଅନ ଲୋକ ତାଙ୍କୁ ଫଲୋ କରନ୍ତି । ଫେସବୁକରେ ୪୮ ମିଲିଅନ ୟୁଜର୍ସ ତାଙ୍କୁ ଫଲୋ କରନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କର ଅନ୍ୟ ଏକ ଚାନେଲ ‘ୟୋଗା ଉଇଥ ମୋଦି’ର ୭୩ ହଜାରରୁ ଅଧିକ ସବସ୍କ୍ରାଇବର ଅଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁ ଚାନେଲରେ ୩୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି ।

ଏଠି କହିରଖିବୁ, ସୋସିଆଲ ମିଡିଆରେ ଲୋକପ୍ରିୟ ନେତା ଭାବେ ମୋଦିଙ୍କ ତଳେ ଅଛନ୍ତି ବ୍ରାଜିଲ ପୂର୍ବ ରାଷ୍ଟ୍ରପତି ଜାୟର ବୋଲସୋନାରୋ । ତାଙ୍କ ୟୁ ଟ୍ୟୁବ ଚାନେଲର ୬୪ ଲକ୍ଷ ସବସ୍କ୍ରାଇବର ଅଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭଲଦୋମିର ଜେଲେନସ୍କି ୩ ନମ୍ବରରେ ଅଛନ୍ତି । ତାଙ୍କ ଚାନେଲର ୧୧ ଲକ୍ଷ ସବସ୍କ୍ରାଇବର ଥିବାବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଚାନେଲର ୭ ଲକ୍ଷ ୯୪ ହଜାର ସବସ୍କ୍ରାଇବର ଅଛନ୍ତି ।

Leave A Reply

Your email address will not be published.