Latest Odisha News

BREAKING NEWS

କର୍ଣ୍ଣାଟକ ଶିବମୋଗା ଟ୍ରାଜେଡି ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ: ଶିବମୋଗା ଜିଲ୍ଲାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଶିବମୋଗାରେ ହୋଇଥିବା ଅଘଟଣ ପାଇଁ ସେ ଦୁଃଖିତ। ମୃତ୍ୟୁ ଘଟଣା ତାଙ୍କୁ ମର୍ମାହତ କରିଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିବମୋଗା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । କିଛି ଲୋକ ଆହତ ହୋଇଛନ୍ତି । ଖନନ କରିବା ପାଇଁ ବିସ୍ଫୋରକ ନେଉଥିବା ସମୟରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

Leave A Reply

Your email address will not be published.