Latest Odisha News

BREAKING NEWS

ଆଜି କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ବିଗତ ୫୮ ଦିନ ଧରି କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ନିୟମକୁ ବିରୋଧ କରିଆସୁଥିବା କୃଷକ ସଂଗଠନର ପ୍ରତିନିଧୀଙ୍କ ସହ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ସହ ଏକାଦଶ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ, ୧୦ ପର୍ଯ୍ୟାୟ ଆଲୋଚନାର କୌଣସି ଫଳାଫଳ ବହାରିପାରି ନାହିଁ। ଦଶମ ପର୍ଯ୍ୟାୟ ଆଲୋଚନାରେ କେନ୍ଦ୍ର ସରକାର ଏହି ଆଇନଗୁଡ଼ିକୁ ଦେଢ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ଯାହା ଗୁରୁବାର ଦିନ କୃଷକ ସଂଗଠନ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ୩୨ କୃଷକ ସଂଗଠନର ଏକ ବୈଠକରେ ୧୭ ଜଣ ଏହା ବିରୋଧରେ ଭୋଟ୍ ଦେଇଛନ୍ତି ଏବଂ ୧୫ ଜଣ ଏହାକୁ ଭୋଟ୍ ଦେଇଛନ୍ତି। ଆଜିର ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ, ଜାନୁଆରୀ ୨୬, ଗଣତନ୍ତ୍ର ଦିବସରେ କୃଷକ ସଂଗଠନ ଏକ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଦିନ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୁଝାମଣା ଅସ୍ପଷ୍ଟ ଥିଲା। ସେମାନଙ୍କ ଦାବିକୁ ସମର୍ଥନ କରି କୃଷକ ସଂଗଠନର ନେତାମାନେ ରିଙ୍ଗ ରୋଡରେ ଟ୍ରାକ୍ଟର ରାଲି କରିବାକୁ ପୋଲିସଠାରୁ ଅନୁମତି ମାଗିଛନ୍ତି, ଯାହା ଗଣତନ୍ତ୍ର ଦିବସ ସୁରକ୍ଷା ତଥା କରୋନା ଦ୍ବାରା ହୋଇଥିବା ମହାମାରୀକୁ ଦୃଷ୍ଟିରେ ରଖି ପୋଲିସ କର୍ତ୍ତୃପକ୍ଷ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Leave A Reply

Your email address will not be published.