Latest Odisha News

BREAKING NEWS

ଆମେରିକାରେ ମୋଦୀଙ୍କର ନିଆରା ଅନ୍ଦାଜ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟଚକିତ !

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସ ରାଜ୍ୟର ହଷ୍ଟନ ସହରରେ ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ସେଠାରେ ପହଞ୍ଚିଥିଲେ ।

ଭାରତର ପ୍ରଧାନମନ୍ତ୍ରୀ ଆମେରିକା ଭଳି ରାଷ୍ଟ୍ରରେ ଦେଶ ଉଦ୍ଦେଶ୍ୟରେ ଗୌରବ ଅର୍ଜନ କରିବାକୁ ଯାଉଥିବା ବେଳେ ଏମିତି କିଛି କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା ନକରି ରହି ପାରିବେ ନାହିଁ। ମୋଦୀଙ୍କ ଏହିଭଳି କାର୍ଯ୍ୟ ଦେଖି ସେଠାକାର ଲୋକ ତାଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୟୁଷ୍ଟନ ଏୟାରପୋର୍ଟରେ ପହଞ୍ଚିବା ପରେ ଜଣେ ଆମେରିକୀୟ ମହିଳା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହି ସମୟରେ ମୋଦୀଙ୍କୁ ଦିଆଯାଇଥିବା ପୁଲତୋଡ଼ାର କିଛି ଅଂଶ ଝଡ଼ି ତଳେ ପଡିଯାଇଥିଲା।

ଅତି ବିନମ୍ରତାର ସହ ପ୍ରଧାନମନ୍ତ୍ରୀ ଏହାକୁ ତଳୁ ଉଠାଇ ତାଙ୍କ ସାଥୀରେ ଥିବା ବ୍ୟକ୍ତିଙ୍କୁ ଦେଇଥିଲେ । ​‌ମୋଦୀଙ୍କର ଏହି ନିଆରା ଅନ୍ଦାଜ ପାଇଁ ବିଦେଶରେ ମଧ୍ୟ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ମୋଦୀ ଫୁଲତୋଡାର ଏହି ଛୋଟ ଖଣ୍ଡକୁ ଉଠାଇ ଏକ ବର୍ତ୍ତା ଦେଇଥିଲେ କି ସ୍ୱଚ୍ଛତାର ସଂକଳ୍ପକୁ ନେଇ ସେ କେତେ ଗମ୍ଭୀର ଅଛନ୍ତି।

ସୂଚନାଯୋଗ୍ୟ, ଆଉ କିଛି ଘଣ୍ଟା ପରେ ଆମେରିକାର ଟେକ୍ସାସ ରାଜ୍ୟର ହଷ୍ଟସ ସହରରେ ଆରମ୍ଭ ହେବ ହାଉଡି ମୋଦୀ କାର୍ଯ୍ୟକ୍ରମ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବାବେଳେ ସଭାସ୍ଥଳରେ ଲୋକମାନେ ପହଞ୍ଚିବା ଆରମ୍ଭ କରିଛନ୍ତି ।

ପ୍ରାୟ ୫୦ ହଜାର ଲୋକ ଏହି ସଭାରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ଅଧଘଣ୍ଟା ଧରି ଏହି ସଭାରେ ଭାଷଣ ଦେବେ ବୋଲି ଜଣାପଡିଛି । ନିଜ ଭାଷଣରେ ସେ ଭାରତ ଆମେରିକା ସଂପର୍କ ବିଷୟରେ କହିବେ ବୋଲି ଜଣାଯାଇଛି ।

Leave A Reply

Your email address will not be published.