Latest Odisha News

ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀ ହୋଇପାରନ୍ତି ଗିରଫ !

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଯୁବତୀ ମଧ୍ୟ ଗିରଫ ହୋଇପାରନ୍ତି ।

ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍) ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ସେଭଳି କିଛି ପ୍ରମାଣ ପାଇଛି । ଏପରିକି ଚିନ୍ମୟାନନ୍ଦଙ୍କ ଠାରୁ ଟଙ୍କା ଆଦାୟ କରିବା ଲାଗି ଯୁବତୀଙ୍କ ସାଙ୍ଗ ଓ କିଛି ସମ୍ପର୍କୀୟ ମାନେ ତାଙ୍କୁ ଧଉଳ ଚମକ ଦେଉଥିବା ନେଇ ଏସିଆଇଟିକୁ କିଛି ପ୍ରମାଣ ମିଳିଛି । ଏପରିକି ପିଡିତା ମଧ୍ୟ ଏଥିରେ ସାମିଲଥିବା ନେଇ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ଏହି ଯୌନ ନିବର୍ଯ୍ୟାତନା ଅଭିଯୋଗ ଆସିଥିବାରୁ ସାଧୁ ସଙ୍ଗଠନ ତାଙ୍କୁ ସାଧୁ ସଦସ୍ୟରୁ ହଟାଇବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏପରିକି ଏବେ ତାଙ୍କ ନାମ ଆଗରୁ ସ୍ୱାମୀ ପଦ କାଢିବା ଉପରେ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ୭୩ ବର୍ଷ ବୟସ୍କ ରାଜନେତା ଚିନ୍ମୟାନନ୍ଦ ଅଭିଯୋଗକାରିଣୀ ଆଇନ ଛାତ୍ରୀଙ୍କ ଗାଧୁଆଘର ନଗ୍ନ ଭିଡ଼ିଓ ଉତ୍ତୋଳନ କରି ପୀଡ଼ିତାଙ୍କୁ ପ୍ରଥମେ ବ୍ଲାକମେଲ୍ କରୁଥିଲେ ବୋଲି ସେ ଗଣମାଧ୍ୟମ ସାମ୍ନାରେ ଖୋଲାଖୋଲି ପ୍ରକାଶ କରିଥିଲେ । ଏହାପରେ ଚିନ୍ମୟାନନ୍ଦ ପୀଡ଼ିତାଙ୍କ ସହିତ ମସାଜ୍ ଓ ଦୁଷ୍କର୍ମ କରୁଥିବାର କିଛି ଭିଡ଼ିଓ କ୍ଲିପ ସୋସିଆଲ୍ ମିଡ଼ିଆରେ ପ୍ରକାଶ କରି ଗଣମାଧ୍ୟମରେ ଏହା ଅଭିଯୋଗ କରିଥିଲେ ।

ପରେ ଏହି ଘଟଣାରେ ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା । ଗିରଫ ଚିନ୍ମୟାନନ୍ଦଙ୍କୁ କୋର୍ଟରେ ହାଜର କରାଯିବା ପରେ ୧୪ ଦିନ ଲାଗି ଜେଲକୁ ପଠାଇଦିଆଯାଇଛି ।

Leave A Reply

Your email address will not be published.