ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେ ରହିଛି ସମ୍ପତ୍ତି । ତାଙ୍କ ବ୍ୟାଙ୍କ ଆକାଉଂଟରେ କେତେ ରହିଛି ସେଭିଂ । ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ମୋଦି । ଅକ୍ଟୋବର ୧୨ ତାରିଖରୁ ଜୁନ୍ ୩୦ ଯାଏଁ ତାଙ୍କ ବ୍ୟାଙ୍କ ଆକାଉଂଟର ସବୁ ତଥ୍ୟ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ଦରମା ୨ ଲକ୍ଷ । ସେ ମୋଟ ଆୟରୁ ଅଧିକାଂଶ ବ୍ୟାଙ୍କରେ ସେଭିଙ୍ଗସ୍ ରଖନ୍ତି । ଚଳିତ ବର୍ଷ ଅକ୍ଟେବାର ୧୨ ପର୍ଯ୍ୟନ୍ତ ତାଙ୍କ ପାଖରେ ୧ କୋଟି ୭୫ ଲକ୍ଷ ୬୩ ହଜାର ୮୧୮ ଟଙ୍କା ଥିବା ଜଣାପଡିଛି । ଷ୍ଟେଟ ବ୍ୟାଙ୍କରେ ଏହି ଅର୍ଥ ରାଶି ତାଙ୍କର ଫିକ୍ସ ଡିପୋଜିଟ ଆକାରରେ ରହିଛି । ଜୁନ୍ ୩୦ ସୁଦ୍ଧା ମୋଦିଙ୍କ ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟରେ ୩.୩୮ ଲକ୍ଷ ଟଙ୍କା ଥିଲା।
ଏବେ ତାଙ୍କ ପକେଟରେ ନଗଦ ୩୧, ୪୫୦ ଟଙ୍କା ରହିଛି। ହେଲେ ପୂର୍ବ ବର୍ଷ ତୁଳନାରେ ତାଙ୍କ ଆୟ ୨୬ ପ୍ରତିଶତ ବଢ଼ିଛି। ଗତ ବର୍ଷ ଏହାର ମୂଲ୍ୟ ୧,୨୭,୮୧,୫୭୪ ଟଙ୍କା ଥିଲା ଯାହା ଜୁନ୍ ୩୦, ୨୦୨୦ ସୁଦ୍ଧା ୧,୬୦,୨୮,୦୩୯କୁ ବୃଦ୍ଧି ପାଇଛି। ସଞ୍ଚିତ ଟଙ୍କାର ସୁଧକୁ ପୁଣି ଥରେ ନିବେଶ କରିଥିବାରୁ ମୋଦିଙ୍କ ଆୟ ଗତ ବର୍ଷ ତୁଳନାରେ ଚଳିତ ଥର ବଢ଼ିଛି।
ସେହିପରି ଜୀବନ ସୁରକ୍ଷା ବୀମା ବଣ୍ଡ ମଧ୍ୟ ସେ କରିଛନ୍ତି। ସେ ଏନଏସସିରେ ଅଧିକ ଟଙ୍କା ବିନିଯୋଗ କରିଛନ୍ତି। ମୋଦିଙ୍କର ୮,୪୩,୧୨୪ ଏନଏସସି ଅଛି ଏବଂ ବୀମା ପ୍ରିମିୟମ ୧,୫୦,୯୫୭ ଟଙ୍କା ରହିଛି। ଜାନୁଆରୀ ୨୦୧୨ରେ ସେ ୨୦ ହଜାର ଟଙ୍କାର ଏକ ବଣ୍ଡ କିଣିଥିଲେ ଯାହାର ଅବଧି ପୂରଣ ହୋଇନାହିଁ।
ତେବେ ପ୍ରଧାନମନ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତିର ବିଶେଷ ପରିବର୍ତ୍ତନ ହୋଇନି। ମୋଦିଙ୍କ ନାମରେ ଗାନ୍ଧିନଗରରେ ଏକ ଘର ଅଛି ଯାହାର ମୂଲ୍ୟ ୧.୧ କୋଟି। ଏହା ମୋଦି ଏବଂ ତାଙ୍କ ପରିବାରର। ମୋଦିଙ୍କ ନାଁରେ କୌଣସି ଋଣ ନାହିଁ କି କାର୍ ନାହିଁ। ପାଖରେ ମୋଟ୍ ଚାରୋଟି ସୁନା ମୁଦି ଅଛି। ଗତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ମୋଦି ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ୧.୪୧ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଦେଖାଇଥିଲେ। ସେତେବେଳେ ବ୍ୟାଙ୍କରେ ତାଙ୍କର ୧.୨୭ କୋଟି ଟଙ୍କା ଥିଲା।
Comments are closed.