Latest Odisha News

BREAKING NEWS

ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଙ୍ଗେଇଲୁଣ୍ଡା ଝାଡଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ହିନ୍ଦୀ ଶିକ୍ଷକ ଭୁବନାନ୍ଦ ସାହୁଙ୍କ ଘରେ ଚଢ଼ାଉ କରିଥିଲା । ଏକକାଳିନ ୧୦ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଯାଂଚ ପରେ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତେବେ ଏତେ ପରିମାଣର ଟଙ୍କା କେଉଁଠି ଆଣିଲେ ସେ ନେଇ ହିନ୍ଦୀ ଶିକ୍ଷକ ହିସାବ ଦେଇ ନପାରିବାରୁ ତାଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି ।

ଭୁବନାନ୍ଦ ସାହୁଙ୍କ ମୋଟ ସମ୍ପତ୍ତି ତାଲିକା ମଧ୍ୟରେ ବ୍ରହ୍ମାନଗରରେ ୫ ମହଲା କୋଠା, ବୈକୁଣ୍ଠନଗରରେ ୩ ମହଲା ଘର, ଗୋପାଳପୁରରେ ଫ୍ଲାଟ, ୧୦ ଏକର ଜମି, ଭୁବନେଶ୍ୱର ଓ ପୁରୀରେ ଆପାର୍ଟମେଂଟ ରହିଛି । ଏଥିସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ବ୍ୟାଙ୍କ ଡିପୋଜିଟ ରହିଥିବା ମଧ୍ୟ ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.