Latest Odisha News

BREAKING NEWS

ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ହେବ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଂଗାପୁର ପ୍ରଧାମନ୍ତ୍ରୀ ଲି ସୁନା ଲୁଂଗ ଆଜି ଭିଡିଓ କନଫରେନ୍ସି ଜରିଆରେ ଭାରତର ୟୁପିଆଇ ଏବଂ ସିଂଗାପୁରର ପେ-ନାଁଓ କେନେକ୍ଟିଭିଟିର ଶୁଭାରମ୍ଭ କରିଛନ୍ତି । ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର ସୁବିଧା ହୋଇପାରିବ  ।

ଏହି କାର୍ଯ୍ୟକ୍ରମ ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ଭାରତୀୟ ରିଜଭର୍ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ସିଂଗାପୁର ମୌଦ୍ରିକ ପ୍ରାଧିକରଣର ପ୍ରବନ୍ଧ ନିର୍ଦ୍ଦେଶକ  ରବି ମେନନ  ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ରିପୋର୍ଟ ଅନୁସାରେ, ସିଂଗାପୁରରେ ପାଖାପାଖି ୩.୪୫ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି । ଏହି କନେକ୍ଟିଭିଟି ସିଷ୍ଟମ୍ ଆରମ୍ଭ ହେବା ଦ୍ୱାରା ଆଗକୁ ଲକ୍ଷ ଲକ୍ଷ ଭାରତୀୟ ଏହା ଦ୍ୱାରା ଲାଭବାନ ହେବେ । କେବେଳ ଯେ, ଉଭୟ ଦେଶମାନଙ୍କ ମଧ୍ୟରେ ଟଙ୍କା ନେଣଦେଣ ପ୍ରକ୍ରିୟା ସହଜ ହେବ ତା ନୁହେଁ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହି ସୁବିଧା ସହାୟକ ହେବ ।

ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ୟୁପିଆଇର ଲାଭ କେବଳ ଭାରତ ମଧ୍ୟରେ ସୀମିତ ନ ରହୁ । ଅନ୍ୟ ଦେଶ ମାନେ ବି ଏହାର ଲାଭ ପାଆନ୍ତୁ । ଏହି କାର୍ଯ୍ୟକାରୀ ହେଲେ ସିଂହାପୁରରେ ରହୁଥିବା ଭାରତୀୟଙ୍କ ସମେତ ପ୍ରବାସୀ ଶ୍ରମିକ, ଛାତ୍ର ଟଙ୍କା କାରବାର କରି ପାରିବେ ।

Leave A Reply

Your email address will not be published.